ରାଉରକେଲା: ଆଜି ପୁରୁଷ ହକି ଇଣ୍ଡିଆ ଲିଗର ସେମିଫାଇନାଲ ମୁକାବିଲା । ପ୍ରଥମ ସେମିଫାଇନାଲ ମ୍ୟାଚରେ ବେଙ୍ଗଲ ଟାଇଗର୍ସକୁ ଭେଟିବ ଅମିତ ରୋହିଦାସଙ୍କ ଦଳ ତାମିଲନାଡ଼ୁ ଡ୍ରାଗନ୍ସ । ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ସନ୍ଧ୍ୟା ୬ଟା ବେଳେ ଖେଳାଯିବ ପ୍ରଥମ ମ୍ୟାଚ ଓ ଦ୍ବିତୀୟ ସେମିଫାଇନାଲ ମ୍ୟାଚ୍ ରାତି ୮ଟା୧୫ ମିନିଟରେ ଖେଳାଯିବ । ଏହି ଦ୍ବିତୀୟ ସେମିଫାଇନାଲରେ ସୁରମା ହକି କ୍ଲବ ଓ ହାଇଦ୍ରାବାଦ ତୁଫାନ୍ସ ମୁହାଁମୁହିଁ ହେବେ ।
ଡିଡି ସ୍ପୋର୍ଟସ୍, ଓ୍ବେଭସ୍, ସୋନି TEN 1, ସୋନି TEN 3, ସୋନି TEN 4 ଏବଂ ସୋନି LIVରେ ସିଧାପ୍ରସାରଣ ଦେଖିପାରିବେ ।
ଲିଗ୍ ପର୍ୟ୍ୟାୟ ମ୍ୟାଚରେ ବେଙ୍ଗଲ ଟାଇଗର୍ସ ୧୦ଟି ମ୍ୟାଚ୍ ଖେଳି ୬ ବିଜୟ ସହ ୧୯ ପଏଣ୍ଟ ହାସଲ କରି ଶୀର୍ଷରେ ରହିଛି । ସେହିପରି ସୁରୁମା ହକି କ୍ଲବ ୧୦ଟି ମ୍ୟାଚ୍ ଖେଳି ୧୯ ପଏଣ୍ଟ ସହ ୨ୟ ସ୍ଥାନରେ ରହିଛି । ହାଇଦ୍ରାବାଦ ତୁଫାନ୍ସ ୧୦ଟି ମ୍ୟାଚ୍ ଖେଳି ୧୮ ପଏଣ୍ଟ ସହ ତୃତୀୟ ଓ ଓଡିଆ ପୁଅ ଅମିତ ରୋହିଦାସଙ୍କ ଦଳ ତାମିଲନାଡ଼ୁ ଡ୍ରାଗନ୍ସ ୧୦ଟି ମ୍ୟାଚ୍ ଖେଳି ୧୮ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ରହିଛି ।
ଏପଟେ ଓଡିଶାର ଘରୋଇଟିମ୍ କଳିଙ୍ଗ ଲାନ୍ସର୍ସ ୧୨ପଏଣ୍ଟ ପାଇ ୬ଷ୍ଠ ସ୍ଥାନରେ ରହି ସେମିରୁ ବାଦ୍ ପଡିଛନ୍ତି । ସେହିପରି ଓଡିଶାର ଆଉ ଏକ ଟିମ୍ ଗୋନାସିକା ସମାନ ୧୨ପଏଣ୍ଟ ୭ମ ସ୍ଥାନରେ ରହି ସେମି ଦୌଡରୁ ବାଦ୍ ପଡିଛନ୍ତି ।
Comments are closed.