Latest Odisha News

BREAKING NEWS

ଆଇପିଏସ ଅଧିକାରୀଙ୍କ ବଦଳି ଦାବି ନେଇ ଗୃହ ସଚିବଙ୍କୁ ଭେଟିଲା ବିଜେପି

ଭୁବନେଶ୍ୱର: ଓଡ଼ିଶା ବିଜେପିର ଏକ ପ୍ରତିନିଧି ଦଳ ରାଜ୍ୟ ଗୃହ ସଚିବ ଅଜିତ କୁମାର ତ୍ରିପାଠୀଙ୍କୁ ବୁଧବାର ଦିନ ସଚିବାଳୟରେ ଭେଟି ୨ ଜଣ ବରିଷ୍ଠ ଆଇପିଏସ ଅଧିକାରୀଙ୍କୁ ତୁରନ୍ତ ବଦଳି ନିର୍ଦ୍ଦେଶ ଦେବାକୁ ଦାବି କରିଛନ୍ତି ।

ବିଜେପି ପକ୍ଷରୁ ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଗୃହ ସଚିବଙ୍କୁ ଭେଟି ଦକ୍ଷିଣାଞ୍ଚଳ ଆଇଜି ଅମିତାଭ ଠାକୁର ଏବଂ ଦକ୍ଷିଣାଞ୍ଚଳ ଡ଼ିଆଇଜି ଆଶିଷ କୁମାର ସିଂହଙ୍କୁ ବଦଳି କରିବାକୁ ଦାବି କରିଛନ୍ତି । ଏହି ପ୍ରତିନିଧି ଦଳ ଅଭିଯୋଗ କରି କହିଛନ୍ତି, ବିଜେଡ଼ିର ହାତବାରିସି ସାଜି ଏହି ଦୁଇ ଆଇପିଏସ ଅଧିକାରୀ ବିରୋଧି ଦଳର ନେତା ଓ କର୍ମୀମାନଙ୍କ ବିରୋଧରେ ମିଥ୍ୟା ଆରୋପ ଲଗାଉଛନ୍ତି ।

ବିଜେପିର ଏହି ପ୍ରତିନିଧି ଦଳ ଅଭିଯୋଗ କରିଛନ୍ତି ଯେ, ନିର୍ବାଚନ କମିଶନଙ୍କ ଆଚରଣ ବିଧି ଅନୁଯାୟୀ ତଥା ଗାଇଡ଼ଲାଇନରେ ସ୍ପଷ୍ଟ ଉଲ୍ଲେଖ କରିଛନ୍ତି, କୌଣସି ଅଧିକାରୀ ଗୋଟିଏ ସ୍ଥାନରେ ଲଗାତର ୩ ବର୍ଷରୁ ଅଧିକ କାଳ ଅବସ୍ଥାପିତ ହୋଇପାରିବେ ନାହିଁ, ମାତ୍ର ଏହି ୨ ଜଣ ଅଫିସର ୩ ବର୍ଷରୁ ଅଧିକ କାଳ ଅବସ୍ଥାପିତ ହୋଇଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ସେମାନେ ବଦଳି ନିର୍ଦ୍ଦେଶକୁ ଅପେକ୍ଷା କରିଛନ୍ତି ।

ଏହି ପ୍ରତିନିଧି ଦଳ ମଧ୍ୟ କହିଛନ୍ତି, ନିକଟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ତାଙ୍କ ଗସ୍ତ ବେଳେ ଦକ୍ଷିଣାଞ୍ଚଳ ରେଞ୍ଜ ଆଇଜି ମିଥ୍ୟା ଆରୋପ କରିଛନ୍ତି । ସେହିପରି ଦକ୍ଷିଣାଞ୍ଚଳ ଡ଼ିଆଇଜି ବ୍ରହ୍ମପୁର ଓ ଗଞ୍ଜାମରେ ୩୭ଟି ଫଲ୍ସ ଏନକାଉଣ୍ଟର କରିବା ସହିତ ବିଜେଡ଼ି ନେତାଙ୍କ ବିରୋଧରେ ଅଭିଯୋଗ କଲେ ମିଥ୍ୟା ଏନକାଉଣ୍ଟର ଏବଂ ଦୁଷ୍କର୍ମ ମାମଲାରେ ମାମଲା ରୁଜୁ କରିବେ ବୋଲି ଧମକ ଦେଉଛନ୍ତି ବୋଲି ଏହି ବିଜେପି ପ୍ରତିନିଧି ଦଳ ଅଭିଯୋଗ କରିଛନ୍ତି ।

ଏହି ପ୍ରତିନିଧି ଦଳରେ କେ ଭି ସିଂହଦେଓ, ମନମୋହନ ସାମଲ, ସମୀର ମହାନ୍ତି, ଲେଖାଶ୍ରୀ ସାମନ୍ତସିଂହାର, ଦିଲ୍ଲୀପ ମହାନ୍ତି ଏବଂ ପିତାମ୍ବର ଆଚାର୍ଯ୍ୟ ସାମିଲ ରହିଥିଲେ ।

Leave A Reply

Your email address will not be published.