Latest Odisha News

BREAKING NEWS

କଟକରୁ ୫୦ ଲକ୍ଷର ବାଣ ଜବତ

କଟକ: କଟକ ଜିଲ୍ଲା ଜଗତପୁର ନିକଟ ତ୍ରିଲୋଚନପୁର ଓ ମହାଜନପୁର ଗ୍ରାମରେ ପୋଲିସ ଶନିବାର ଦିନ ଚଢାଉ କରିବା ସହ ପ୍ରାୟ ୫୦ ଲକ୍ଷ ଟଙ୍କାରୁ ଅଧିକ ବାଣ ଜବତ କରିଛି ।

କୌଣସି ସୁତ୍ରରୁ ଖବର ପାଇ ଆଇଆଇସିଙ୍କ ନେତୃତ୍ୱରେ ଜଗତସିଂହପୁର ଥାନାର ୧୦ ଜଣିଆ ଟିମ୍ ଓ ୪ ପ୍ଲାଟୁନ ଫୋର୍ସ ଉକ୍ତ ଗ୍ରାମ ଗୁଡିକରେ ଚଢାଉ କରିବା ସହିତ ବିପୁଳ ପରିମାଣର ବାଣ, ବାରୁଦ ଓ ଲୁହା ଗୁଣ୍ଡ ମଧ୍ୟ ଜବତ କରିଛି । ଆହୁରି ମଧ୍ୟ ବେଆଇନ୍ ଭାବେ ବାଣ ବେପାର କରୁଥିବା ଅଭିଯୋଗରେ ପୋଲିସ ୧୨ ଜଣକୁ ଅଟକ ରଖିଛି ।

ସୂଚନାଯୋଗ୍ୟ, ଗତବର୍ଷ ମଧ୍ୟ ପୋଲିସ ଏହି ଦୁଇଟି ଗ୍ରାମରୁ ବିପୁଳ ପରିମାଣର ବାଣ ଜବତ କରିଥିଲା ।

Leave A Reply

Your email address will not be published.