Latest Odisha News

BREAKING NEWS

କରୋନା ଭାଇରସ ଆତଙ୍କ; କେରଳରେ ୩ ବର୍ଷୀୟ ଶିଶୁ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ କୋରୋନା ଭୂତାଣୁ (କୋଭିଡ-୧୯) ଦ୍ୱାରା ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବା ବେଳେ ସୋମବାର ଦିନ କେରଳରେ ୩ ବର୍ଷୀୟ ଶିଶୁକୁ ଚିହ୍ନଟ କରାଯାଇଛି ।

ପ୍ରାପ୍ତ ସୂଚନାନୁଯାୟୀ ଉକ୍ତ ଶିଶୁ ଓ ପିତାମାତା ନିକଟ ଅତୀତରେ ଇଟାଲି ଯାଇଥିବା ବେଳେ ମାର୍ଚ୍ଚ ୭ ତାରିଖରେ କେରଳର କୋଚି ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିଥିଲେ । ସେଠାରେ ତାଙ୍କର ଥର୍ମାଲ୍ ସ୍କ୍ରିନିଂ କରାଯାଇଥିବା ବେଳେ ଶିଶୁଟି ଭାଇରସ ଦ୍ୱାରା ଆକ୍ରାନ୍ତ ହୋଇଥିବା ଜଣାପଡିଛି ।

ପରେ ତାଙ୍କୁ ସଙ୍ଗେସଙ୍ଗେ ସ୍ଥାନୀୟ କାଲାମସେରୀ ମେଡିକାଲ୍ କଲେଜ ହସ୍ପିଟାଲର ଆଇସୋଲେସନ୍ ୱାର୍ଡକୁ ସ୍ଥାନାନ୍ତର କରାଯାଇଥିଲା ।

ସେଠାରୁ ସେମାନଙ୍କର ସାମ୍ପଲ୍ ଟେଷ୍ଟ ପାଇଁ ଦିଆଯାଇଥିବା ବେଳେ ଶିଶୁଟିର ଟେଷ୍ଟ ରିପୋର୍ଟ ପଜିଟିଭ ବାହାରିଛି । ଯାହାଫଳରେ ସେମାନଙ୍କୁ ଏର୍ଣ୍ଣାକୁଲମ୍ ମେଡିକାଲ୍ କଲେଜର ଆଇସୋଲେସନ୍ ୱାର୍ଡରେ ଭର୍ତ୍ତି କରାଯାଇଛି ।

ଉଲ୍ଲେଖଯୋଗ୍ୟ, ଗତକାଲି ମଧ୍ୟ କେରଳରେ ୫ ଜଣ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା।

Leave A Reply

Your email address will not be published.