Latest Odisha News

BREAKING NEWS

ନିଶା ଦ୍ରବ୍ୟ ନ ପାଇବାରୁ ୨୦ସେମିର ଛୁରୀ ଗିଳିଦେଲା ଯୁବକ

ନୂଆଦିଲ୍ଲୀ: ଲକଡାଉନ ଯୋଗୁ ଜଣେ ୨୮ ବର୍ଷର ନିଶାଗ୍ରସ୍ତ ଯୁବକ ୨୦ସେମିର ଏକ ଛୁରୀ ଗିଳି ଦେଇଥିଲା । ଯୁବକଜଣକ ଏ ନେଇ କାହାକୁ କିଛି କହି ନ ଥିଲା । ପରେ ଅସହ୍ୟ ପେଟ ଯନ୍ତ୍ରଣା ହେବାରୁ ଡାକ୍ତରଖାନାରେ ଭର୍ତି କରାଗଲା । ସେଠାରେ ପେଟ ଭିତରେ ଛୁରୀ ରହିଥିବା ଜଣା ପଡିଥିଲା । ଏମ୍ସରେ ଯୁବକଙ୍କ ଅସ୍ତ୍ରୋପଚାର କରାଯାଇଥିଲା ଏବଂ ଡାକ୍ତରଙ୍କ ଅକ୍ଳାନ୍ତ ପରିଶ୍ରମ ପରେ ସେ ବଂଚିଥିଲେ ।

ଡାକ୍ତରଙ୍କ ମତରେ ଅତ୍ୟଧିକ ଗଂଜେଇ ସେବନ କରି ସେ ସାଇକୋସିସ୍ ରୋଗରେ ଆକ୍ରାନ୍ତ ହୋଇଥିଲେ । ଏଥିରେ ଆକ୍ରାନ୍ତ ରୋଗୀମାନେ ଚାମଚ, ପିନ୍ ପରି ପଦାର୍ଥ ଖାଇ ଦେଇଥାନ୍ତି । ତେବେ ଛୁରୀ ଖାଇବା ଘଟଣା ନଜରକୁ ଆସି ନ ଥିଲା ବୋଲି ସେମାନେ କହିଛନ୍ତି ।

Comments are closed.