Latest Odisha News

BREAKING NEWS

ଭାଉଜକୁ ଏକତରଫା ପ୍ରେମରୁ ବୀଭତ୍ସ ହତ୍ୟାକାଣ୍ଡ; ପିଟି ପିଟି ଭାଇର ଜୀବନ ନେଲା ଭାଇ

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ମଝିହରା ମହଲା ସାହିରେ ପ୍ରେମକୁ ନେଇ ହତ୍ୟାକାଣ୍ଡ। ଭାଉଜଙ୍କୁ ଏକ ତରଫା ପ୍ରେମ କରିବା ପଡିଲା ମହଙ୍ଗା। ନିଜ ସ୍ତ୍ରୀ ନିକଟକୁ ଆସୁଥିବା ଅଶ୍ଳୀଳ ମେସେଜକୁ ବିରୋଧ କରିବା ନେଇ ହେଲା ଝଗଡ଼ା। ଏହାପରେ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ଠେଙ୍ଗାରେ ପିଟି ଛୁରୀ ଭୁଷି ଭାଇର ଜୀବନ ନେଲା ସମ୍ପର୍କୀୟ ଭାଇ। ମୃତକ ହେଉଛନ୍ତି ଅକ୍ଷୟ ମାଝି ।

ସୂଚନା ଅନୁସାରେ ଅକ୍ଷୟଙ୍କ ଜଣେ ସମ୍ପର୍କୀୟ ଭାଇ ଦିଲୁ, ଅକ୍ଷୟଙ୍କ ପତ୍ନୀଙ୍କୁ ପ୍ରେମ ନିବେଦନ କରିବା ସହ ଅଶ୍ଳୀଳ ମେସେଜ ପଠାଉଥିଲେ। ଅକ୍ଷୟଙ୍କ ପତ୍ନୀ ଏନେଇ ସ୍ୱାମୀ ତଥା ପରିବାର ଲୋକଙ୍କୁ ଜଣାଇଥିଲେ। ଏ ସମ୍ପର୍କରେ ଅକ୍ଷୟ ଦିଲୁଙ୍କୁ ପଚାରିବାରୁ ଉଭୟଙ୍କ ମଧ୍ୟରେ ପୂର୍ବରୁ ଗଣ୍ଡଗୋଳ ହୋଇଥିଲା। ବାଳକାଟି ବଜାରରେ ଦିଲୁ ଅକ୍ଷୟଙ୍କୁ ଗୋଡ଼ାଇ ଗୋଡାଇ ମାଡ଼ ମାରିଥିଲା । ବାଳକାଟି ଥାନାରେ ଏନେଇ ଅଭିଯୋଗ ହେବା ପରେ ପୋଲିସ ଉପସ୍ଥିତିରେ ଘଟଣାର ମିମାଂସା ହୋଇଥିଲା। ଉଭୟ ପକ୍ଷ ପରସ୍ପର ସହ କୌଣସି ସମ୍ପର୍କ ରଖିବେନି ବୋଲି ପ୍ରତିଶ୍ରୁତି ଦେଇଥିଲେ।

କିନ୍ତୁ ରବିବାର ରାତିରେ ନୁଆସାହି ଗାଁରେ ଅକ୍ଷୟ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପାଇଥିଲେ। ତାଙ୍କ ମୁଣ୍ଡରେ ଏବଂ ଶରୀରର ଅନ୍ୟ ଅଙ୍ଗରେ ଆଘାତ ଲାଗିଥିଲା। ଗ୍ରାମବାସୀ ତାଙ୍କୁ ନିକଟସ୍ଥ ଏକ ଘରୋଇ ଡାକ୍ତରଖାନାକୁ ନେଇଥିଲେ ଯେଉଁଠାରେ ଚିକିତ୍ସା ସମୟରେ ସୋମବାର ସକାଳେ ପ୍ରାଣ ହରାଇଲେ।

Comments are closed.