Latest Odisha News

BREAKING NEWS

ଇଞ୍ଜିନିୟର ଛାତ୍ରଙ୍କୁ ମାଡ ମାରି ଜଣେ ଗିରଫ

ଭୁବନେଶ୍ବର: ଏକ ଘରୋଇ ଇଞ୍ଜିନିୟରିଂ କଲେଜ ଛାତ୍ରଙ୍କୁ ମାଡ ମାରିବା ଅଭିଯୋଗରେ ଜଣଙ୍କୁ ଗିରଫ । ଏଭଳି ଘଟଣା ଘଟିଛି ତମାଣ୍ଡୋ ଥାନା ଅଧୀନ ଡିଏନ ରେଗାଲିଆ ମଲ୍ ନିକଟରେ । ଗିରଫ ଅଭିଯିକ୍ତ ଜଣକ ହେଲା ବିଜୟ ପାଟଶାଣୀ (୧୯) ।
ସୂଚନାଯୋଗ୍ୟ, ଅଭିଯୋଗକାରୀ ଭବାନୀ ଶଙ୍କର ସାହୁ ଏକ ଘରୋଇ ଶିକ୍ଷାନୁଷ୍ଠାନର ଇଞ୍ଜିନିୟର ଛାତ୍ର । ସେ ଗତକାଲି ସନ୍ଧ୍ୟାରେ ଡିଏନ ରେଗାଲିଆ ମଲରୁ ସପିଙ୍ଗ ସାରି ଚାଲିଚାଲି ଛାତ୍ରାବାସକୁ ଫେରୁଥିଲେ । ଏହି ସମୟରେ ବିବାନ୍ତା ହୋଟେଲର ବିପରୀତ ରାସ୍ତାରେ ଅଭିଯୁକ୍ତ ବିଜୟ ପାଟଶାଣୀ ଏବଂ ତାଙ୍କର ଜଣେ ସହଯୋଗୀ ଏକ ସ୍କୁଟିରେ ଆସି ତାଙ୍କୁ ସାଇଡ ମାରିଥିଲେ ।
ସେଭଳି କାହିଁକି ଗାଡି ଚଳାଉଛନ୍ତି ବୋଲି ଭବାନୀ ଶଙ୍କର ଉଭୟ ଅଭିଯୁକ୍ତଙ୍କୁ ପ୍ରଶ୍ନ କରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ଅଭିଯୁକ୍ତ ଦୁହେଁ ତାଙ୍କର ଅନ୍ୟ ସହଯୋଗୀ ମାନଙ୍କୁ ଘଟଣା ସ୍ଥଳକୁ ଡାକି ହଠାତ୍ ସଂଘବଦ୍ଧ ଭାବେ ଭବାନୀ ଶଙ୍କରଙ୍କୁ ଲୁହାଛଡ ଓ ପଥର ସାହାଯ୍ୟରେ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ।
ସୂଚନାପାଇ ତମାଣ୍ଡୋ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତ ଭବାନୀଙ୍କୁ ଉଦ୍ଧାର କରି ଏମ୍ସ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ଅଭିଯୁକ୍ତ ବିଜୟ ଓ ତାର ସାଥୀଙ୍କୁ କାବୁ କରିବା ସହିତ ଘଟଣାରେ ବ୍ୟବହୃତ ଏକ ଲୁହାଛଡ ଓ ଏକ ପଥର ଜବତ କରିଛି ।
ପଚରାଉଚରା ବେଳେ ଅଭିଯୁକ୍ତ ଜଣକ ନିଜର ଅପରାଧ ସ୍ଵୀକାର କରିଥିଲେ । ଅଭିଯୁକ୍ତ ଜଣକ ପୂର୍ବରୁ ମଧ୍ୟ ତମାଣ୍ଡୋ ଥାନା ଅଞ୍ଚଳରେ ଘଟିଥିବା ଏକ ମାମଲାରେ ସମ୍ପୃକ୍ତ ଥିବା, ତଦନ୍ତ ବେଳେ ଜଣାପଡିଛି । ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।
Leave A Reply

Your email address will not be published.