Latest Odisha News

BREAKING NEWS

କଂଗ୍ରେସ ନେତା ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଆଶ୍ୱସ୍ତି

କଟକ: କଂଗ୍ରେସ ନେତା ମହମ୍ମଦ ମୋକିମ୍‌ ଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିଛି । ନିର୍ବାଚନୀ ସତ୍ୟପାଠ ଅନିୟମିତତା ମାମଲାରେ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିଛି । ହାଇକୋର୍ଟଙ୍କ ନିର୍ଦ୍ଦେଶ ଉପରେ ଆଜି ସୁପ୍ରିମକୋର୍ଟ ରହିତାଦେଶ ଜାରି କରିଛନ୍ତି । ଦୁଇ ସପ୍ତାହ ତଳେ ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଥିଲେ ହାଇକୋର୍ଟ । ତାଙ୍କ ବିରୋଧରେ ଆସିଥିବା ନିର୍ବାଚନୀ ଅନିୟମିତତା ମାମଲାର ଶୁଣାଣି କରି ଏପରି ରାୟ ପ୍ରକାଶ କରିଥିଲେ ହାଇକୋର୍ଟ ।

ନିର୍ବାଚନୀ ମିଥ୍ୟା ସତ୍ୟପାଠ ମାମଲାରେ ହାଇକୋର୍ଟରେ ଅଭିଯୋଗ ପ୍ରମାଣିତ ହୋଇଥିଲା । କୋର୍ଟ ତାଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଥିଲେ । ନିର୍ବାଚନ ସମୟରେ ସତ୍ୟପାଠ ନିୟମ ମୂତାବକ ଦେଇନଥିବା ଏବଂ ଅନେକ ତଥ୍ୟ ଲୁଚାଇଥିବା ନେଇ କୋର୍ଟ କହିଥିଲେ । ମିଥ୍ୟା ସତ୍ୟପାଠ ନେଇ ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ।

ମହମ୍ମଦ ମୋକିମଙ୍କ ଆବେଦନକୁ ଗ୍ରହଣ କରି ହାଇକୋର୍ଟଙ୍କ ନିର୍ଦ୍ଦେଶ ଉପର ରହିତାଦେଶ ଜାରି କରି ପ୍ରତିପକ୍ଷ ଦେବାଶିଷ ସାମନ୍ତରାୟଙ୍କୁ ସର୍ବୋଚ୍ଚ ନ୍ୟାୟାଳୟ ନୋଟିସ କରିଛନ୍ତି । ପୂର୍ବରୁ ହାଇକୋର୍ଟ ନିର୍ବାଚନ ସତ୍ୟପାଠ ଅନିୟମିତତା ମାମଲାରେ ମୋକିମଙ୍କ ବିଧାୟକ ପଦ ଅସିଦ୍ଧ ଘୋଷଣା କରିଥିଲେ । ହାଇକୋର୍ଟଙ୍କ ରାୟକୁ ମୋକିମ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ।

Leave A Reply

Your email address will not be published.