Latest Odisha News

ବ୍ରିଟେନର ରାଜା ରାଣୀଙ୍କୁ ଅଣ୍ଡା ଫୋପାଡ଼ିଲେ ଦୁର୍ବୃତ୍ତ

ଲଣ୍ଡନ : ଇଂଲଣ୍ଡର ଏକ ସାଧାରଣ ସଭାରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ବ୍ରିଟେନର ତୃତୀୟ ରାଜା ଓ ରାଣୀଙ୍କ ଉପରେ ଅଣ୍ଡା ମାଡ଼ । ତେବେ ବ୍ରିଟେନର ରାଜା ଓ ରାଣୀଙ୍କ ଉପରକୁ ଜଣେ ଦୁର୍ବୃତ୍ତ ଅଣ୍ଡା ଫୋପାଡିଛନ୍ତି । କିଙ୍ଗସ ଚାର୍ଲସଙ୍କ ଉପରକୁ ମୋଟ ୩ଟି ଅଣ୍ଡା ଫୋପାଡିଥିଲେ ଯୁବକ ଜଣକ । ଏନେଇ ଯୁବକ ଜଣଙ୍କୁ ଅଟକ ରଖିଛି ପୋଲିସ  ।

ନିକଟରେ ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ମୃତ୍ୟୁ ହୋଇଥିଲା । ପରେ ତାଙ୍କ ପୁଅ ତଥା କିଙ୍ଗସ୍ ଚାର୍ଲସ ରାଜା ହୋଇଛନ୍ତି । ରାଜା ଓ ରାଣୀ ନର୍ଦେନ ଇଂଲଣ୍ଡ ଗସ୍ତରେ ରହିଛନ୍ତି । ଏହି ସମୟରେ ଉଭୟ ୟର୍କ ସହରରେ ପହଞ୍ଚିଥିଲେ । ସେଠାରେ ପହଞ୍ଚିବା ପରେ କାର୍ ଭିତରୁ ବାହାରି ଲୋକଙ୍କୁ ଭେଟୁଥିଲେ । ସେହି ସମୟରେ ଜଣେ ଯୁବକ ହଠାତ୍ ରାଜା ରାଣୀଙ୍କ ଉପରକୁ ଅଣ୍ଡା ଫୋପାଡିଥିଲେ ।

ଗୋଟିଏ ପରେ ଗୋଟିଏ ମୋଟ୍ ତିନୋଟି ଅଣ୍ଡା ଫିଙ୍ଗିଥିଲା ଯୁବକ ଜଣକ । କିନ୍ତୁ ରାଜା ଏହାକୁ ନଦେଖିଲା ପରି ହାବଭାବ ଦେଖାଇଥିଲେ । ତେବେ ଯୁବକ ଜଣଙ୍କ କାହିଁକି ଏପରି କଲେ ତାହା ଜଣାପଡିନି । ଏହାପୂର୍ବରୁ ମଧ୍ୟ ବ୍ରିଟେନର ଏହି ରାଜ ପରିବାର ଅଣ୍ଡାମାଡ଼ର ଶିକାର ହୋଇଥିଲେ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ୧୯୯୫ରେ ରାଣୀ ଏଲିଜାବେଥଙ୍କୁ ମଧ୍ୟ ଏଭଳି ଘଟଣାର ଶିକାର ହେବାକୁ ପଡିଥିଲା । ନଟିଂହାମରେ ବିରୋଧ କରୁଥିବା କିଛି ଲୋକ ରାଣୀଙ୍କ କାରରେ ଅଣ୍ଡା ଫିଙ୍ଗିଥିଲେ ।

 

Leave A Reply

Your email address will not be published.