ନ୍ୟୁୟର୍କ: ସ୍ଥାନୀୟ ବାସିନ୍ଦା ୨୯ ବର୍ଷୀୟ ଜୋ ସୁଚଙ୍କ ଜୀବନ ଦୁର୍ବିସହ ହୋଇ ପଡିଛି । ତାଙ୍କ ଶରୀର ଧିରେ ଧିରେ ପଥରରେ ବଦଳୁଛି । ଷ୍ଟୋନ ମ୍ୟାନ ସିଣ୍ଡ୍ରମ ବା ଫାଇବ୍ରଡିସ୍ପାଲିସିୟା ଅସିଫିକନ୍ସ ପ୍ରୋଗ୍ରେସିଭ ରୋଗରେ ସେ ଆକ୍ରାନ୍ତ । ଏହି ରୋଗ ଯୋଗୁ ତାଙ୍କ ଶରୀର ୯୫ ପ୍ରତିଶତ ଗତିଶୀଳତା ହରାଇ ସାରିଛି । ବର୍ତମାନ ବିଶ୍ୱରେ ମାତ୍ର ୮୦୦ ଲୋକ ଏହି ରୋଗରେ ଆକ୍ରାନ୍ତ ଅଛନ୍ତି । ଏଥିନେଇ କୌଣସି ପ୍ରକାରର ଚିକିତ୍ସା ବାହାରି ପାରି ନାହିଁ । ସୁଚ ଏବେ ହ୍ୱିଲଚେୟାର ମାଧ୍ୟମରେ ଜୀବନ ଅତିବାହିତ କରୁଛନ୍ତି । ଏହି ରୋଗରେ ମାଂସପେଶୀର ଲିଗାମେଂଟସ ଓ ଟେଣ୍ଡନ ଧିରେ ଧିରେ ହାଡର ରୂପ ନେଇ ଯାଇଥାଏ । ଏହା ଶରୀରର ନିର୍ଦ୍ଦିଷ୍ଟ ସ୍ଥାନରେ ଜମି ରହିବା ଫଳରେ ପଥର ସଦୃଶ ଅନୁଭବ ହୁଏ ।
ଏହି ରୋଗର କେବଳ ଗୋଟିଏ ଚିକିତ୍ସା ରହିଛି ତାହା ହେଉଛି ହାଡର ଦ୍ରୁତ ବିକାଶକୁ ରୋକିବା । ଯାହା ଫଳରେ ରୋଗୀ ଅଧିକ ଦିନ ବଂଚିପାରିବ । ସୁଚ ୯ମାସ ହେବ ଖାଦ୍ୟକୁ ସମ୍ପୂର୍ଣ୍ଣ ଭାବେ ଢ଼ୋକି ପାରୁ ନାହାନ୍ତି । ସେ ତାଙ୍କର ଏହି ଅସାଧ୍ୟ ରୋଗ ସମ୍ପର୍କରେ ଭିଡିଓ କରି ୟୁଟ୍ୟୁବରେ ଛାଡିଥିଲେ । ଯାହା ଏବେ ଭାଇରାଲ ହେବାରେ ଲାଗିଛି । ଅନେକ ଲୋକ ତାଙ୍କ ରୋଗ ଭଲ କରିବା ପାଇଁ ଅର୍ଥ ଦେବାକୁ ପ୍ରସ୍ତୁତ ଅଛନ୍ତି । ମାତ୍ର ଏହାର ଚିକିତ୍ସା ନ ଥିବାରୁ ସେମାନେ ନିରାଶ ହେଉଛନ୍ତି ।
Comments are closed.