Latest Odisha News

କର୍ଣ୍ଣାଟକରେ ହାରିବା ପରେ.. ବିଜେପି ଲଢୁଛି ବିଜେପି ସହ, ବୋମ୍ମାଇ ସାଜିଛନ୍ତି ଦେଖଣାହାରୀ !

ଭୁବନେଶ୍ୱର: କର୍ଣ୍ଣାଟକରେ ହାରିବା ପରେ ବିଜେପି ନେତାଙ୍କ ମଧ୍ୟରେ ଲଢ଼େଇ ତୀଵ୍ର ହେବାରେ ଲାଗିଛି। ଦଳର ପ୍ରମୁଖ ନେତାମାନେ ଏହି ବଡ଼ ପରାଜୟ ପାଇଁ ପରସ୍ପରକୁ ଦୋଷ ଦେଉଥିବାବେଳେ ଏବେ କିନ୍ତୁ ଖୋଲାଖୋଲି ଲଢ଼େଇକୁ ଓଲ୍ହାଇଥିବା ଦେଖିବାକୁ ମିଳିଛି।

BjdElectrycity

ଦଳର ବରିଷ୍ଠ ନେତାମାନେ ମୋଦିଙ୍କ ୯ ବର୍ଷ ଶାସନର ସଫଳତା ପ୍ରସଙ୍ଗରେ ଚର୍ଚ୍ଚା କରିବାକୁ ଏକାଠି ହୋଇଥିବା ବେଳେ ନିଜ ଭିତରେ ଲଢେଇ ଭଳି ସ୍ଥିତି ଯୋଗୁ ବରିଷ୍ଠ ନେତାମାନେ ସ୍ଥାନ ଛାଡି ପଳେଇଥିବା ଦେଖିବାକୁ ମିଳିଥିଲା।

ବିଜେପିରେ ଶୃଙ୍ଖଳା ଭଙ୍ଗ ସମ୍ପର୍କରେ ବରିଷ୍ଠ ନେତା କେ ଏସ ଈଶ୍ୱରପ୍ପା ବୟାନ ଦେବାର କିଛି ଘଣ୍ଟା ପରେ ଏଭଳି ଦେଖିବାକୁ ମିଳିଥିଲା। ଏପରିକି ନିର୍ବାଚନ କେବେଠୁ ଶେଷ ହୋଇଥିଲେ ମଧ୍ୟ ଦଳ ଏ ଯାଏ ବିରୋଧୀ ଦଳ ନେତା ଚୟନ କରିପାରି ନାହିଁ।

କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ବାସବରାଜ ବୋମାଇ ଏବଂ ଅନ୍ୟ ବିଜେପି ନେତାମାନେ ଜିଲ୍ଲାସ୍ତରୀୟ ଦଳୀୟ କାର୍ଯ୍ୟକର୍ତା ବୈଠକର ଶୁଭାରମ୍ଭ କରିବାକୁ ଯାଉଥିବା ବେଳେ ବିଜାପୁର ସିଟି ବିଧାୟକ ବାସାନାଗଉଡା ପାଟିଲ ୟାଟନାଲଙ୍କ ସମର୍ଥକମାନେ ଏହାକୁ ବନ୍ଦ କରିବାକୁ ଉଦ୍ୟମ କରିଥିଲେ।

ୟାଟନାଲ ଆସିବା ପରେ ଯାଇ କାର୍ଯ୍ୟକ୍ରମ କରାଯିବ ବୋଲି ସେମାନେ କହିଥିଲେ। ଏପରିକି ସମସ୍ତଙ୍କ ଉପସ୍ଥିତିରେ ବିଜାପୁର ସାଂସଦ ରମେଶ ଜିଗାଜିନାଗି, ପୂର୍ବତନ ମନ୍ତ୍ରୀ ମୁରୁଗେଶ ନିରାନୀ ଏବଂ ପୂର୍ବତନ ଏମଏଲସୀ ଅରୁଣ ଶାହାପୁରଙ୍କ ବିରିଧରେ ବିଜେପି କାର୍ଯ୍ୟକର୍ତା ମାନେ ଖୋଲାଖୋଲି ସ୍ଲୋଗାନ ଦେଇଥିଲେ।

ଏପିରିକି ବିଧାୟକ ୟାଟନାଲଙ୍କ ସମର୍ଥକମାନେ ରମେଶଙ୍କୁ ପୁଣିଥରେ ଆଗାମୀ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ କରିବା ପ୍ରସଙ୍ଗକୁ ନେଇ ଜୋରଦାର ବିରୋଧ କରିଛନ୍ତି। ଏପରିକି ଏଭଳି ଖୋଲା ଲଢ଼େଇକୁ ନିୟନ୍ତ୍ରଣକୁ ଆଣିବାକୁ ବିଜେପି ନେତା ଓ ପୋଲିସକୁ ବହୁ କଷ୍ଟ କରିବାକୁ ପଡିଥିଲା।

ଏପରିକି ସଭା ମଞ୍ଚରେ ମଧ୍ୟ ବିଧାୟକ ୟାଟନାଲ ଓ ନିରାନୀଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ସ୍ଥିତି ଏଭଳି ହୋଇଥିଲା କି ସାଂସଦ ରମେଶ, ପୂର୍ବତନ ମନ୍ତ୍ରୀ ନିରାନୀ ଓ ଅନ୍ୟ କିଛି ନେତା ମଞ୍ଚ ଛାଡି ପଳାଇଥିଲେ।

ଏପରିକି ପୂର୍ବତନ ମୁଖ୍ୟମନ୍ତ୍ରୀ ବୋମାଇ, ଚିକ୍କୋଡି ସାଂସଦ ଆନ୍ନାସାହେବ ଜୋଲ୍ଲେ, ପୂର୍ବତନ ମନ୍ତ୍ରୀ ଶସିକଳା ଜୋଲ୍ଲେ ଓ ଗୋବିନ୍ଦ କାରଜୋଲ ପ୍ରମୁଖ ନିରବଦ୍ରଷ୍ଟା ସାଜି ବସିଥିବା ଦେଖିବାକୁ ମିଳିଥିଲା।

ଗଣମାଧ୍ୟମ ସମ୍ମୁଖରେ ପୂର୍ବତନ ମନ୍ତ୍ରୀ ମୁରୁଗେଶ ନିରାନୀ ବରିଷ୍ଠ ବିଧାୟକ ୟାଟନାଲ କ୍ଷମା ମାଗିବାକୁ ଦାବି କରିଛନ୍ତି। ନିର୍ବାଚନ ହାରିବା ପରେ ବିଜେପିର ବରିଷ୍ଠ ନେତାମାନେ କିଛି ପ୍ରମୁଖ ଦଳୀୟ ନେତାଙ୍କ ଆଡ଼ଜଷ୍ଟମେଣ୍ଟ ରାଜନୀତିକୁ ଦାୟୀ କରିଥିଲେ। ଯାହାକୁ ନେଇ କର୍ଣ୍ଣାଟକ ବିଜେପିରେ ରାଜନୈତିକ ହଟଚମଟ ଦେଖାଯାଇଥିଲା।

ଏବେ କିନ୍ତୁ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲି ଯାଇଥିବା ଦେଖାଯାଇଛି। ଆଗକୁ ଲୋକସଭା ନିର୍ବାଚନ ଅଛି। କର୍ଣ୍ଣାଟକରେ ଦଳ ପୁର୍ବ ଲୋକସଭା ନିର୍ବାଚନରେ ୨୮ ରୁ ୨୫ ଟି ସିଟ ଜିତି ରେକର୍ଡ କରିଥିଲା। ଏବେ ବିଧାନସଭା ନିର୍ବାଚନରେ କଂଗ୍ରେସ ବଡ଼ ବିଜୟ ହାସଲ କରିଛି।

ସେପଟେ ବିଜେପି ନେତାମାନେ ପରସ୍ପର ମଧ୍ୟରେ ଖୋଲା ଯୁଧ୍ୟ ଆରମ୍ଭ କରିଦେଲେଣି। ଏଭଳି ଲାଗି ରହିଲେ ଆଗକୁ ଥିବା ଲୋକସଭା ନିର୍ବାଚନରେ ବିଜେପି ବ୍ୟାପକ କ୍ଷତି ସହିବ ବୋଲି ଚର୍ଚ୍ଚା ହେଉଛି।

ସେପଟେ ବିଜେପିର ଖୋଲା ଲଢ଼େଇକୁ ଦେଖି କଂଗ୍ରେସ ଟ୍ୱିଟ ମାଧ୍ୟମରେ ଦଳକୁ ସମାଲୋଚନା କରିବା ଦେଖାଯାଇଛି। ଯାହାକୁ ନେଇ ସାରା ଦେଶରେ ଚର୍ଚ୍ଚା ଜୋର ଧରିଛି।

Leave A Reply

Your email address will not be published.