Latest Odisha News

BREAKING NEWS

ଦଳବଳ ନେଇ ପଟୁଆରରେ ମହାରାଷ୍ଟ୍ର ପଳେଇଲେ କେସିଆର !

ଭୁବନେଶ୍ୱର: ତେଲେଙ୍ଗାନାର ଭାରତ ରାଷ୍ଟ୍ର ସମିତିର ବହୁ ପ୍ରଭାବୀ ନେତା କଂଗ୍ରେସରେ ସାମିଲ ହୋଇଛନ୍ତି। ଆଗକୁ ଥିବା ବିଧାନସଭା ନିର୍ବାଚନରେ ତେଲେଙ୍ଗାନାରେ କେସିଆରଙ୍କ ବିଆରଏସକୁ କଡା ଟକ୍କର ଦେବା ପାଇଁ କଂଗ୍ରେସ ଓ ବିଜେପି ସଜବାଜ ହେଉଛନ୍ତି।

ଏପରିକି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ତେଲେଙ୍ଗାନାରେ ନିର୍ବାଚନ ବିଗୁଲ ଫୁଙ୍କି ସାରିଛନ୍ତି। ଆସନ୍ତା ମାସ ଅର୍ଥାତ ଜୁଲାଇରେ ୱାଇଏସଆର ତେଲେଙ୍ଗାନା ପାର୍ଟି ମଧ୍ୟ କଂଗ୍ରେସରେ ସାମିଲ ହେବା ନେଇ କୁହାଯାଉଛି

। ବିଜେପି ମଧ୍ୟ ସ୍ଥାନୀୟ ପ୍ରସଙ୍ଗକୁ ନେଇ ତେଲେଙ୍ଗାନା ଦଖଲ ପାଇଁ ଲାଗିପଡିଛି। ଏଭଳି ସ୍ଥିତିରେ ବିଆରଏସ କିନ୍ତୁ ମହାରାଷ୍ଟ୍ରରେ ଶକ୍ତି ପ୍ରଦର୍ଶନ କରିବା ଆରମ୍ଭ କରିଛି।

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ତେଲେଙ୍ଗାନାରୁ ୬୦୦ କାର ଓ ଦୁଇଟି ବଡ଼ ବସର ବଡ଼ ପଟୁଆରରେ ରାସ୍ତାରେ ମହାରାଷ୍ଟ୍ର ଯାଇଛନ୍ତି। ଯାହାକୁ ନେଇ ସାରା ଦେଶର ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି।

ଗାଡ଼ିରେ ଦଳୀୟ ପତାକା ମାରି ବିରାଟ ପଟୁଆରରେ ମହାରାଷ୍ଟ୍ର ଅଭିଯାନ ଆରମ୍ଭ କରିଛନ୍ତି କେସିଆର। ଶହ ଶହ ଗାଡି ଓ ସମର୍ଥକଙ୍କ ସହ ସୋଲାପୁରରେ ପହଂଚିଛନ୍ତି କେସିଆର।

ନିଜର ଦୁଇ ଦିନିଆ ମହାରାଷ୍ଟ୍ର ଗସ୍ତ ସମୟରେ ଦାରାଶିବ ଓ ଶୋଲାପୁର ଜିଲ୍ଲା ଗସ୍ତ କରିବା ସହ ବିଆରଏସରେ ଯୋଗ ଦେଇଥିବା ନେତାଙ୍କ ସହ ଆଲୋଚନା କରିଛନ୍ତି। ସେହିପରି ମହାରାଷ୍ଟ୍ରର ଅନ୍ୟାନ୍ୟ ଜିଲ୍ଲା ଓ ଅଞ୍ଚଳ ଗସ୍ତ କରିବେ କେସିଆର।

ଏଥିସହିତ ସାଧାରଣ ସଭାରେ ବି ଆୟୋଜିତ ହୋଇଛି। କେସିଆରଙ୍କ ଭିନ୍ନ ଢଙ୍ଗରେ ମହାରାଷ୍ଟ୍ର ଗସ୍ତ ମହାରାଷ୍ଟ୍ର ସମେତ ଦିଲ୍ଲୀ ନେତାଙ୍କ ନିକଟରେ ଶକ୍ତି ପ୍ରଦର୍ଶନ ବୋଲି କୁହାଯାଉଛି।

ଏପରିକି ତେଲେଙ୍ଗାନା ନିର୍ବାଚନରେ ଜାତୀୟ ଦଳଗୁଡିକୁ ଏହା ପରୋକ୍ଷରେ ଚେତାବନୀ ବୋଲି କୁହାଯାଉଛି। ସ୍ଥାନୀୟ ଲୋକ ଓ ନେତାଙ୍କୁ ପ୍ରଭାବିତ କରିବାକୁ ଏହା କେସିଆରଙ୍କ ସ୍ୱତନ୍ତ୍ର ଷ୍ଟ୍ରାଟେଜି ବୋଲି କୁହାଯାଉଛି।

ଏପରିକି ମହାରାଷ୍ଟ୍ର ଉପରେ କେସିଆର ସ୍ୱତନ୍ତ୍ର ଫୋକସ କରୁଛନ୍ତି ବୋଲି ଏଥିରୁ ସ୍ପଷ୍ଟ ହେଉଥିବା କୁହାଯାଇଛି। କିଛି ଦିନ ତଳେ ବିଆରଏସ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ପଙ୍କଜା ମୁଣ୍ଡେଙ୍କୁ ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ପଦବୀର ଅଫର ଦେଇଛନ୍ତି।

ବିଜେପିର ପ୍ରଭାବୀ ଦିବଂଗତ ନେତା ଗୋପୀନାଥ ମୁଣ୍ଡେଙ୍କ ଝିଅ ପଙ୍କଜା। ମୁଣ୍ଡେ ପରିବାରର ମହାରାଷ୍ଟ୍ରରେ ଭଲ ପ୍ରଭାବ ରହିଛି। ତେଣୁ ଏଭଳି ସ୍ଥିତିରେ ତାଙ୍କୁ ଦଳର ପ୍ରମୁଖ ଚେହେରା କରିବାକୁ ବିଆରଏସ ଯୋଜନା କରିଛି।

ଗୋଟିଏ ପଟେ ସିନ୍ଦେ ବିଜେପି ସରକାର ଓ ଏମଭିଏ ମେଣ୍ଟକୁ ନେଇ ମହାରାଷ୍ଟ୍ର ରାଜନିତି ଲଗାତର ଉଷ୍ମ ରହୁଥିବା ବେଳେ ବିଆରଏସର ଦମଦାର ସୋ ଏହାକୁ ଆହୁରି ରୋଚକ କରିଛି।

Leave A Reply

Your email address will not be published.