Latest Odisha News

ଅସ୍ତ୍ରୋପଚାର ସମୟରେ ଯୁବକଙ୍କ ପେଟରୁ ବାହାରିଲା ୩୯ଟି କଏନ୍ ଏବଂ ୩୭ଟି ଚୁମ୍ବକ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରୁ ଆଶ୍ଚର୍ଯ୍ୟ କରିଦେଲାଭଳି ଏକ ଖବର ସାମ୍ନାକୁ ଆସିଛି । ଅସ୍ତ୍ରୋପଚାର ସମୟରେ ଜଣେ ରୋଗୀଙ୍କ ଅନ୍ତନଳୀରୁ ୩୯ଟି କଏନ୍ ଓ ୩୭ଟି ଚୁମ୍ବକ ବାହାରିଛି । ଦିଲ୍ଲୀ ସ୍ଥିତ ସାର ଗଙ୍ଗା ରାମ ହସ୍ପିଟାଲରରେ ଏହି ଅସ୍ତ୍ରୋପଚାର କରାଯାଇଛି ।

ସୂଚନା ମୁତାବକ, ଜଣେ ୨୬ ବର୍ଷୀୟ ଯୁବକଙ୍କର ୨୦ ଦିନ ହେବ ବାରମ୍ବାର ବାନ୍ତି ସହ ପେଟରେ ଯନ୍ତ୍ରଣା ହେଉଥିଲା । ଏନେଇ ସେ କିଛି ଖାଇ ପାରୁନଥିଲେ । ଯନ୍ତ୍ରଣା ଅସହ୍ୟ ହେବାରୁ ସେ ଡାକ୍ତରଙ୍କ ପାଖକୁ ଯାଇଥିଲେ । ସେଠାରେ ତାଙ୍କର ଏକ୍ସ-ରେ ଓ ସିଟିସ୍କାନ କରାଯାଇଥିଲା । ଯେଉଁଥିରେ ତାଙ୍କ ଅନ୍ତନଳୀରେ କଏନ ଓ ଚୁମ୍ବକ ଥିବା ଜଣାପଡିଥିଲା ।

ଏହାପରେ ତାଙ୍କର ତୁରନ୍ତ ଅସ୍ତ୍ରୋପଚାର କରାଯାଇଥିଲା । ଯେଉଁଥିରେ ୩୯ଟି କଏନ୍ ବା ମୁଦ୍ରା (୧, ୨, ୫ ଟଙ୍କିଆ ରହିଛି ) ଓ ୩୭ ଟି ଚୁମ୍ବକ ଯଥା (ଗୋଲାକାର, ତ୍ରୀକୋଣିଆ ଓ ଚାରି କୋଣିଆ, ଷ୍ଟାର ଓ ଲମ୍ବାଳିଆ ଆକୃତି) ବାହାର କରାଯାଇଛି ।

ଉକ୍ତ ଯୁବକଙ୍କୁ ପଚରାଗଲା ଯେ ସେ ଚୁମ୍ବକ ଏବଂ ମୁଦ୍ରା କାହିଁକି ଗିଳି ଦେଉଛନ୍ତି, ସେ କହିଥିଲେ ଯେ ସେ ଭାବିଥିଲେ ଏହି ଧାତୁରେ ବହୁ ପରିମାଣର ଜିଙ୍କ୍ ଅଛି ଏବଂ ଯଦି ସେ ଏହାକୁ ଗିଳି ଦିଅନ୍ତି ତେବେ ସେ ବହୁତ ସୁସ୍ଥ ରହିବେ । ରୋଗୀର ସମ୍ପର୍କୀୟ କହିଛନ୍ତି ଯେ, ସେ ଗତ କିଛି ସପ୍ତାହ ହେବ ମୁଦ୍ରା ଏବଂ ଚୁମ୍ବକ ଖାଉଥିଲେ ।

Comments are closed.