Latest Odisha News

BREAKING NEWS

ଅକ୍ଷୟ-ଟାଇଗରଙ୍କୁ ଦେଖିବାକୁ ଫ୍ୟାନଙ୍କ ଭିଡ଼ ; ପୁଲିସର ଲାଠିଚାର୍ଜ

ନୂଆଦିଲ୍ଲୀ: ବଲିଉଡ୍ ଅଭିନେତା ଅକ୍ଷୟ କୁମାର ଓ ଟାଇଗର ଶ୍ରଫଙ୍କ ଆଗାମୀ ଫିଲ୍ମ ‘ବଡେ ମିୟା ଛୋଟେ ମିୟା’ର ପ୍ରମୋଶନ ଇଭେଣ୍ଟରେ ଉତ୍ତେଜନା ଦେଖିବାକୁ ମିଳିଛି। ଅକ୍ଷୟ କୁମାର ଓ ଟାଇଗରଙ୍କୁ ଦେଖିବା ପାଇଁ ପ୍ରଶଂସକଙ୍କ ପ୍ରବଳ ଭିଡ ଜମିଥିଲା । ଫଳରେ ପୁଲିସକୁ ଲାଠି ଚାଳନା କରିବାକୁ ପଡ଼ିଲା ।

ସୂଚନାଅନୁସାରେ,ଗତକାଲି ଅକ୍ଷୟ ଓ ଟାଇଗର ଲକ୍ଷ୍ନୌ ସହର ସ୍ଥିତ ଘଣ୍ଟାଘର ଯାଇଥିଲେ । ହେଲେ ସେମାନେ ଆକ୍ସନ ଷ୍ଟଣ୍ଟ ଦେଖାଇବା ବେଳେ ଏରିଲକୁ ଏଣ୍ଟ୍ରି କରିଥିଲେ । ଏହାପରେ ସେଠାରେ ଉପସ୍ଥିତ ଥିବା ପ୍ରଶଂସକ ଉଭୟଙ୍କୁ ଦେଖିବା ପାଇଁ ଉତ୍ସାହିତ ହୋଇ ଚିତ୍କାର କରିବାକୁ ଲାଗିଲେ । ଷ୍ଟେଜ ବାହାରେ ପଥର ମାଡ଼ ହୋଇଥିବା କୁହାଯାଉଛି । ଏମିତିକି ଭିଡ଼ ଅଧିକ ହେବାରୁ ଲୋକେ ପରସ୍ପର ଉପରକୁ ଚପଲ ମାଡ଼ କରିଥିଲେ। ପ୍ରବଳ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ  ପୁଲିସ୍ ଶେଷରେ ଲାଠି ଚାର୍ଜ କରିଥିଲା। ଏହାପରେ ସ୍ଥିତି ଶାନ୍ତ ପଡ଼ିଥିଲା । ତେବେ ପ୍ରମୋଶନ ଇଭେଣ୍ଟରେ କୌଣସି ଅସୁବିଧା ହୋଇ ନଥିବା ଜଣାପଡ଼ିଛି ।

‘ବଡେ ମିୟା ଛୋଟେ ମିୟା’ ଏକ ଆକ୍ସନ ଫିଲ୍ମ । ନିକଟରେ ଏହି ଫିଲ୍ମର ଟିଜର ରିଲିଜ ହୋଇଛି । ଆଉ ପ୍ରଶଂସକମାନେ ବେଶ୍ ପସନ୍ଦ କରିଛନ୍ତି । ଅକ୍ଷୟ ଓ ଟାଇଗରଙ୍କୁ ଏହି ଫିଲ୍ମରେ ଆର୍ମି ଅଫିସର ଭୂମିକାରେ ଦେଖିବାକୁ ମିଳିବ । ଖଳନାୟକ ଭୂମିକାରେ ସାଉଥ୍ ଷ୍ଟାର୍ ପୃଥ୍ୱୀରାଜ ସୁକୁମାରନଙ୍କୁ ଦେଖିବାକୁ ମିଳିବ ବୋଲି କୁହାଯାଇଥିଲା । ହେଲେ ଟିଜରରେ ତାଙ୍କ ମୁହଁ ଦେଖିବାକୁ ମିଳିନାହିଁ ।  ଏହି ଫିଲ୍ମରେ  ଅକ୍ଷୟ ଓ ଟାଇଗରଙ୍କ ବ୍ୟତୀତ ମାନୁଷୀ ଚିଲର, ସୋନାକ୍ଷୀ ସିହ୍ନା ଓ ଅଲାୟା ଏଫଙ୍କୁ ଦେଖିବାକୁ ମିଳିବ। ଏହି ଫିଲ୍ମ ଅପ୍ରେଲ ୧୦ରେ ରିଲିଜ ହେବ ।

Leave A Reply

Your email address will not be published.