ନୂଆଦିଲ୍ଲୀ: ନାଗ ଧରି ଟ୍ରେନର ଜେନେରାଲ ବଗିରେ ଚଢି ଲୋକଙ୍କୁ ଟଙ୍କା ମାଗିଲେ। ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏଭଳି ଏକ ଭିଡିଓ।
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ଜେନେରାଲ ବଗିରେ ଯାତ୍ରା କରୁଥିବା ଜଣେ ବ୍ୟକ୍ତି ନାଗ ସାପ ସହ ଟ୍ରେନକୁ ପଶି ଲୋକଙ୍କଠାରୁ ଟଙ୍କା ମାଗୁଥିବା ଦେଖିବାକୁ ମିଳିଛି। ତେବେ କେରଳର ଜଣେ ଟ୍ରାଭେଲ ବ୍ଲଗର ଅସ୍ୱିନ୍ ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଛନ୍ତି।
ଏହି ବ୍ଲଗର ଜଣକ ଭୟାନକ ଅନୁଭୂତି ସେୟାର କରି କହିଛନ୍ତି ଯେ ବ୍ୟକ୍ତି ଜଣକ ଟଙ୍କା ମାଗିବାକୁ ଯାଇ ତାଙ୍କୁ ନାଗ ସାପକୁ ଦେଖାଇଥିଲେ ଯାହାଫଳରେ ବ୍ୟକ୍ତି ଜଣକ ଭୟଭୀତ ହୋଇ ଯାଇଥିଲେ। ତେବେ ଟ୍ରେନର ଜେନେରାଲ ବଗିରେ ଘଟିଥିବା ଏହି ଘଟଣା ଉପରେ ୟୁଜର୍ସ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।
Comments are closed.