Latest Odisha News

ନିଦରେ ଚାକିରି ପାଇଁ କଲେ ଆବେଦନ, ସକାଳୁ ୫୦ କମ୍ପାନୀରୁ ଆସିଲା ଇଣ୍ଟରଭ୍ୟୁ କଲ୍

ନୂଆଦିଲ୍ଲୀ: ଆଜିକା ସମୟରେ ପିଲାମାନେ ଏଆଇ ସାହାଯ୍ୟରେ ସେମାନଙ୍କର ହୋମୱାର୍କ କରିପାରୁଛନ୍ତି। ଯୁବପିଢ଼ି ମଧ୍ଯ ନିଜର ପ୍ରୋଜେକ୍ଟ ତିଆରି କରୁଛନ୍ତି। ଆଉ କିଛି ଲୋକ ଜୀବନର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପାଇଁ ଏହାର ପରାମର୍ଶ ମଧ୍ୟ ଲୋଡୁଛନ୍ତି।

ସୂଚନା ଅନୁଯାୟୀ, ଜଣେ ବ୍ୟକ୍ତି ଏଆଇ ସାହାଯ୍ୟରେ ୧୦୦୦ରୁ ଅଧିକ କମ୍ପାନୀରେ ଚାକିରି ପାଇଁ ଆବେଦନ କରିଥିଲେ। ଖାସ କଥା ହେଉଛି ଯେ ସେ ନିଜେ ଏହି ସମୟରେ ଶୋଇ ରହିଥିଲେ।

ତେବେ ଡିଜିଟାଲ୍ ଯୁଗରେ ଏଆଇର ଲାଭ ବିଷୟରେ କ୍ୱଚିତ୍ କେହି ଜାଣିନଥିବେ। ଏଆଇ ବଟ୍‌ଗୁଡ଼ିକ ଆପଣଙ୍କର ରିଜ୍ୟୁମ୍ ତିଆରି କରିପାରିବେ, କଭର ଲେଟର ପ୍ରସ୍ତୁତ ମଧ୍ଯ କରିପାରିବେ। ଗୁରୁତ୍ୱପୂର୍ଣ୍ଣ ପ୍ରୋଜେକ୍ଟଗୁଡ଼ିକୁ ମଧ୍ୟ କରିପାରିବେ।

ସେ ଏଆଇ ମାଧ୍ୟମରେ ଚାକିରି ପାଇଁ ଆବେଦନ କରିଥିଲେ। ଆଉ ସକାଳୁ ସକାଳୁ ୫୦ରୁ ଅଧିକ କମ୍ପାନୀରୁ ସାକ୍ଷାତକାର ପାଇଁ କଲ୍ ମଧ୍ଯ ପାଇଥିଲେ।

Comments are closed.