Latest Odisha News

BREAKING NEWS

ମମତା ବାନାର୍ଜୀଙ୍କ ପୁତୁରାକୁ ଚାପୁଡା ମାରିଥିବା ବ୍ୟକ୍ତିଙ୍କ ରହସ୍ୟମୟ ଢ଼ଙ୍ଗରେ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲା ବିଜେପି

କୋଲକାତା:ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କୁ ଚାପୁଡା ମାରିଥିବା ବ୍ୟକ୍ତିଜଣଙ୍କର ରହସ୍ୟମୟ ଢ଼ଙ୍ଗରେ ମୃତ୍ୟୁ ଘଟିଛି । ୨୦୧୫ରେ ଏକ କାର୍ଯ୍ୟକ୍ରମ ଅବସରରେ ବିଜେପି ସମର୍ଥକ ଦେବାଶିଷ ଆଚାର୍ଯ୍ୟ ଟିଏମସିର ବର୍ତମାନ ମହାସଚିବ ଅଭିଷେକଙ୍କୁ ଚାପୁଡା ମାରିଥିଲେ ।

ରିପୋର୍ଟ ମୁତାବକ କିଛି ଅଜଣା ବ୍ୟକ୍ତି ଦେବାଶିଷଙ୍କୁ ଡାକ୍ତରଖାନାରେ ପଂହଚାଇବା ପରେ ପଳାଇ ଯାଇଥିଲେ । ଏହାର କିଛି ସମୟ ପରେ ତାଙ୍କର ମୃତ୍ୟୁ ଘଟିଥିଲା । ତାଙ୍କ ପରିବାର ଲୋକ ଏହାକୁ ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ ଆଣିଛନ୍ତି । ୨୦୨୦ରେ ସେ ବିଜେପିରେ ଯୋଗ ଦେଇଥିଲେ । ବିଜେପି ମଧ୍ୟ ଏହା ଏକ ହତ୍ୟାକାଣ୍ଡ ଏବଂ ଏହି ଦିଗରେ ତଦନ୍ତ କରାଯାଉ ବୋଲି କହିଛି ।

Leave A Reply

Your email address will not be published.