Latest Odisha News

BREAKING NEWS

ବାଇପୋଲାର ଡିଜଅର୍ଡର ବ୍ୟକ୍ତି ବି ହୋଇପାରିବେ ଜଜ୍‌

ନୂଆଦିଲ୍ଲୀ: ବାଇପୋଲାର ଡିଜଅର୍ଡର ବା ଏକ ପ୍ରକାର ମାନସିକ ରୋଗରେ ପୀଡିତ ପ୍ରାର୍ଥୀଙ୍କୁ ଦିଲ୍ଲୀର ନ୍ୟାୟିକ ସେବାରେ ଜଜ୍ ହେବା ପାଇଁ ସୁପ୍ରିମକୋର୍ଟ ଏକ ବାଟ କାଢିଛନ୍ତି। ମାନସିକ ରୋଗ ପାଇଁ ତାଙ୍କୁ ଏହି ନିଯୁକ୍ତି ଅଧିକାରୀରୁ କେବେ ହେଲେ ବଞ୍ଚିତ କରାଯାଇ ପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଦିବ୍ୟାଙ୍ଗଙ୍କ ପାଇଁ ଉଦ୍ଦିଷ୍ଟ କୋଟାରେ ତାଙ୍କୁ ଏହି ଚାକିରି ମିଳିବ।

ମେଡିକାଲ ବୋର୍ଡ ଦ୍ବାରା ପ୍ରକାଶିତ ମତ ଉପରେ ବେଞ୍ଚ ଧ୍ୟାନ ଦେଇଛି ଯେ ସେ ମନୋନୀତ ହୋଇଥିବା ନ୍ୟାୟିକ ଅଧିକାରୀ ପଦବୀରେ ସେ ନିଜର ଦାୟିତ୍ବ ତୁଲାଇ ପାରିବେ ନାହିଁ ବୋଲି ସୂଚାଇବାର କିଛି ନାହିଁ। ସେ ବାଇପୋଲାର ଡିଜଅର୍ଡରରେ ଆକ୍ରାନ୍ତ ହୋଇଥିଲେ ମଧ୍ୟ ନିଜର କର୍ତ୍ତବ୍ୟ ଠିକ୍ ଭାବେ ସମ୍ପାଦନ କରିପାରିବେ ବୋଲି ଏସ୍‌ସି କହିଛନ୍ତି।

ଭିନ୍ନକ୍ଷମଙ୍କ ପାଇଁ ସଂରକ୍ଷିତ ସିଟ୍ ଅଧୀନରେ ୨୦୧୮ରେ ଦିଲ୍ଲୀ ନିମ୍ନ ନ୍ୟାୟପାଳିକାରେ ନ୍ୟାୟିକ ଅଧିକାରୀ ପଦ ପାଇଁ ପ୍ରାର୍ଥୀ ଆବେଦନ କରିଥିଲେ।

ସେ ପ୍ରଥମେ “ମାନସିକ ରୋଗ” ବର୍ଗର ଏକମାତ୍ର ପ୍ରାର୍ଥୀ ଭାବରେ ମନୋନୀତ ହୋଇଥିଲେ, କାରଣ ତାଙ୍କୁ ୨୦୧୮ରେ ଏକ ଦିବ୍ୟାଙ୍ଗ ପ୍ରମାଣପତ୍ର ଦିଆଯାଇଥିଲା। ଏହା ୨୦୨୩ ଯାଏ ବୈଧ ହେବ।

ସେ ବର୍ତ୍ତମାନ ଚିକିତ୍ସାଧୀନ ଅବସ୍ଥାରେ ରହିଥିବାରୁ ତାଙ୍କୁ ଦିବ୍ୟାଙ୍ଗ ଭାବେ ବିବେଚନା କରାଯାଇ ପାରିବନି ବୋଲି ଆବେଦନକାରୀ କହିଥିଲେ। ଏହାପୂର୍ବରୁ ଦିଲ୍ଲୀ ହାଇକୋର୍ଟ ମଧ୍ୟ ବାଇପୋଲାର ଡିଜଅର୍ଡରରେ ଆକ୍ରାନ୍ତ ବ୍ୟକ୍ତିଙ୍କ ନିଯୁକ୍ତିକୁ ଅନୁମତି ଦେଇଥିଲେ।

Comments are closed.