ବ୍ରହ୍ମପୁର: ବ୍ରହ୍ମପୁର ସହର ଗାନ୍ଧୀନଗର ୪ର୍ଥ ଲେନରେ ଥିବା ମଦୁରା ମାଇକ୍ରୋଫାଇନାନ୍ସ କମ୍ପାନୀରେ ୮ ଲକ୍ଷ ଟଙ୍କା ଠକେଇ ଘଟଣାରେ ଏହାର ମ୍ୟାନେଜର ରଶ୍ମୀତା ବେହେରା(୩୫)ଙ୍କୁ ଟାଉନ ଥାନା ପୋଲିସ ଗିରଫ କରିଛି। ଏହି ଠକେଇ ଘଟଣାରେ ଅନ୍ୟତମ ଅଭିଯୁକ୍ତ ଥିବା ତଥା ବ୍ରହ୍ମପୁର ଶାଖାର କେନ୍ଦ୍ର ମ୍ୟାନେଜର ବଳରାମ ବେହେରା ବର୍ତ୍ତମାନ ସୁଧା ଫେରାର ଥିବା ସୂଚନା ମିଳିଛି।
ସୂଚନା ଯୋଗ୍ୟ ଯେ, ମଦୁରା ମାଇକ୍ରୋ ଫାଇନାନ୍ସ କମ୍ପାନୀ ଦେଶର ବିଭିନ୍ନ ସ୍ଥାନରେ ଏହାର ଶାଖା କାର୍ଯ୍ୟାଳୟ ଖୋଲି ଗୋଷ୍ଠୀଗତ ଋଣ ସମେତ ବ୍ୟକ୍ତିଗତ ଋଣ ଦେଇ ପରବର୍ତ୍ତୀ ସମୟରେ କିସ୍ତି ଅନୁସାରେ ଟଙ୍କା ଆଦାୟ କରୁଛି। ଏହି ଫାଇନାନ୍ସ କମ୍ପାନୀର ବ୍ରହ୍ମପୁର ଗାନ୍ଧୀନଗର ୪ର୍ଥ ଲାଇନରେ ମଧ୍ୟ ଏକ ଶାଖା କାର୍ଯ୍ୟାଳୟ ରହିଛି। ଏହି ଶାଖାରେ ଗଞ୍ଜାମ ଜିଲା ସୁରଙ୍ଗିର ରଶ୍ମୀତା ବେହେରା ମ୍ୟାନେଜର ଭାବେ କାର୍ଯ୍ୟ କରୁଥିବା ବେଳେ ଦିଗପହଣ୍ଡିର ବଳାରାମ ବେହେରା(୨୭) କେନ୍ଦ୍ର ମ୍ୟାନେଜର ଭାବେ କାର୍ଯ୍ୟ କରୁଥିଲେ। ଉଭୟ ନିଜ କ୍ଷମତା ବଳରେ କମ୍ପାନୀ ପକ୍ଷରୁ ବିଭିନ୍ନ ଲୋକଙ୍କୁ ଲକ୍ଷ ଲକ୍ଷ ଟଙ୍କାର ଋଣ ପ୍ରଦାନ କରିଥିଲେ। ପରବର୍ତ୍ତୀ ସମୟରେ କିସ୍ତି ଟଙ୍କା ମଧ୍ୟ ଆଦାୟ କରିଥିଲେ। ହେଲେ ଆଦୟ ହୋଇଥିବା ଋଣ ଟଙ୍କା କମ୍ପାନୀରେ ଜମା ନକରି ନିଜ ପାଖରେ ରଖି ଦେଇଥିଲେ। ମହିଳା ମ୍ୟାନେଜର ରଶ୍ମୀତା କମ୍ପାନୀର ୩ ଲକ୍ଷ ୧୩ ହଜାର ୪୧୮ ଟଙ୍କା ଆତ୍ମସାତ କରିଥିବା ବେଳେ କେନ୍ଦ୍ର ମ୍ୟାନେଜର ଜଣଙ୍କ ୫ ଲକ୍ଷ ୧୭୬୮ ଟଙ୍କା ଆତ୍ମସାତ କରିଦେଇଥିଲେ। ଉଭୟ ମ୍ୟାନେଜର ମୋଟ ୮ ଲକ୍ଷ ୧୫ ହଜାର ୧୮୬ ଟଙ୍କା ଆତ୍ମସାତ କରିଥିବା ଜଣାପଡ଼ିବା ପରେ କମ୍ପାନୀର ଉପରିସ୍ଥ ଅଧିକାରୀମାନେ ଉଭୟ ମ୍ୟାନେଜରଙ୍କୁ ତାଗିତ କରିବା ସହ ସମସ୍ତ ଟଙ୍କା ଜମା କରିବାକୁ କହିଥିଲେ। ସେହିକ୍ରମରେ ମହିଳା ମ୍ୟାନେଜର ରଶ୍ମୀତା ନିଜେ ସମସ୍ତ ଟଙ୍କା ଏକାଠି କରି କମ୍ପାନୀରେ ଜମା କରିବେ ବୋଲି ନିଜ ଉପରିସ୍ଥ ଅଧିକାରୀଙ୍କୁ ଲିଖିତ ଜଣାଇଥିଲେ। ହେଲେ ସେ ୮ ଲକ୍ଷ ବଦଳରେ ମାତ୍ର ୧୫ ହଜାର ଟଙ୍କା ହିଁ ଜମା କରିଥିଲେ। ଆଉ ଏହାର କିଛି ଦିନ ପରେ ଉଭୟ ମ୍ୟାନେଜର ନିଜ କାର୍ଯ୍ୟାଳୟକୁ ଆସିନଥିଲେ। କମ୍ପାନୀ ଅଧିକାରୀମାନେ ଉଭୟଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। କମ୍ପାନୀର ଟଙ୍କା ଆତ୍ମସାତ କରିଥିବା ଏହି ଦୁଇ ମ୍ୟାନେଜରଙ୍କୁ ଗିରଫ କରି ଟଙ୍କା ଆଦାୟ କରିବାକୁ କମ୍ପାନୀର ଏରିଆ ମ୍ୟାନେଜର ରାମଚନ୍ଦ୍ର ବାରିକ ଟାଉନ ଥାନାରେ ଏତଲା ଦେବା ପରେ ପୁଲିସ ନଂ ୪/୨୩ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଗୁରୁବାର ରଶ୍ମୀତାଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି।
BREAKING NEWS
- ବିଜୟ ହଜାରେ ଟ୍ରଫି: କର୍ଣ୍ଣାଟକ, ସୌରାଷ୍ଟ୍ର ସେମି ଫାଇନାଲରେ
- ଖୋର୍ଦ୍ଧା ପରେ ଢେଙ୍କାନାଳ ବିଦ୍ୟାଳୟରେ ଜଣ୍ଡିସ୍ ଚିହ୍ନଟ
- ବାଂଲାଦେଶରେ ଉତ୍ତେଜନା; ପୋଲିସ ହେପାଜତରେ ଆୱାମୀ ଲିଗ୍ ନେତାଙ୍କ ମୃତ୍ୟୁ
- ବିସିବିର ଆଉ ଏକ ମିଛ ଧରିଲା ଆଇସିସି
- ଫେବୃଆରୀ ୧ରେ ଆସିବ କେନ୍ଦ୍ରୀୟ ବଜେଟ, ରବିବାର ହେବ…
- Jagdeep Dhankhar Hospitalised At AIIMS: ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଏମ୍ସରେ ଭର୍ତ୍ତି; ଗତ ସପ୍ତାହରେ ଦୁଇଥର ଅଚେତ…
- ବସ୍ ସହ ସ୍କୁଟିର ହେଲା ଧକ୍କା ,ଦୁର୍ଘଟଣାରେ ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ
- ରହିବନି କୋଟା ଓ ଆରଏସି; ବନ୍ଦେ ଭାରତ ସ୍ଲିପର ଟ୍ରେନରେ ମିଳିବ ଏହି ସୁବିଧା…
- କଳିଙ୍ଗା ଘାଟିରେ ‘ସତର୍କ ସୂଚନା ଘଣ୍ଟି’ ଉଦ୍ଘାଟିତ
- କୋହଲି ଅହଙ୍କାରୀ କି ନୁହେଁ କହିଲେ ସାଥୀ ଖେଳାଳି
Comments are closed.