Latest Odisha News

BREAKING NEWS

ଅମିତାଭଙ୍କ ନାତିଙ୍କୁ ଡେଟ କରୁଛନ୍ତି କି ଶାହାରୁଖଙ୍କ ଝିଅ !

ମୁମ୍ବାଇ: ଶାହାରୁଖ ଖାଁଙ୍କ ଝିଅ ସୁହାନା ଓ ଅମିତାଭ ବଚ୍ଚନଙ୍କ ନାତି ଅଗସ୍ତ୍ୟା ନନ୍ଦା ପରସ୍ପରକୁ ଡେଟ କରୁଥିବା ଖବାର ଏବେ ସବୁଠି ଚର୍ଚ୍ଚା ସାଉଁଟିଛି । କେତେକ ସୋସିଆଲ ମିଡିଆ ରିପୋର୍ଟ ଅନୁସାରେ କ୍ରିସମାସ ପାର୍ଟିରେ ସୁହାନଙ୍କୁ ଅଗସ୍ତ୍ୟା ଅନ୍ୟମାନଙ୍କ ସହ ପାର୍ଟନର ଭାବେ ପରିଚିତ କରାଇଥିଲେ । ଉଭୟ ଜୋୟା ଅଖତରଙ୍କ ଦି ଆର୍ଚିଜରେ ଏକତ୍ର ଅଭିନୟ କରିଛନ୍ତି । ଏହି ଫିଲ୍ମ ଚଳିତ ବର୍ଷ ରିଲିଜ ହେବ । ଫିଲ୍ମ ଶୁଟିଂ ଅବସରରେ ଉଭୟଙ୍କ ବନ୍ଧୁତା କିଛି ବାଟ ଆଗେଇ ଯାଇଥିବା ଅନୁମାନ କରାଯାଉଛି । ଏ ନେଇ ଅମିତାଭଙ୍କ ଝିଅ ଶ୍ୱେତାଙ୍କୁ ପଚରାଯିବାରୁ ସେ କହିଥିଲେ ସେମାନଙ୍କ ସମ୍ପର୍କକୁ ନେଇ ମୋର କୌଣସି ଆପତି ନାହିଁ ।

ଦି ଆର୍ଚିଜରେ ସୁହାନା, ଖୁସୀ କାପୁର ଓ ଅଗସ୍ତ୍ୟାଙ୍କ ପଦାର୍ପଣ ଫିଲ୍ମ । ସୂଚନାଯୋଗ୍ୟ, ବିଶ୍ୱର ଚର୍ଚ୍ଚିତ କାର୍ଟୁନ କମିକ୍ସ ଦି ଆର୍ଚିଜ ଉପରେ ଆଧାରିତ । ଅପରପକ୍ଷରେ ଅଗସ୍ତ୍ୟାଙ୍କ ଭଉଣୀ ନବ୍ୟା ଓ ସିଦ୍ଧାନ୍ତ ଚର୍ତୁବେଦୀ ମଧ୍ୟ ପରସ୍ପରକୁ ଡେଟ କରୁଥିବା ଖବର ପ୍ରକାଶ ପାଇଥିଲା । ମନୀଷ ମାଲହୋତ୍ରାଙ୍କ ପାର୍ଟିରେ ଉଭୟଙ୍କୁ ଏକତ୍ର ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.