Latest Odisha News

BREAKING NEWS

କରୋନା ସଂକଟ ସମୟରେ ନୂଆ ଆଶାର ସଂଚାର ଆତ୍ମନିର୍ଭର ଅର୍ଥ ବ୍ୟବସ୍ଥା: ସମୀର ମହାନ୍ତି

ଭୁବନେଶ୍ୱର: ସ୍ୱାଧିନତାର ୭୫ବର୍ଷ ପୂରଣ ହୋଇଛି ।‘ଅମୃତ ମହୋତ୍ସବ’ ଦେଶ ପାଳନ କରିବା ଅବସରରେ ଅମୃତ କାଳର ଆଗାମୀ ଭାରତବର୍ଷକୁ ଆଜିର କେନ୍ଦ୍ର ବଜେଟ୍ ନିଶ୍ଚିତ ସୁଦୃଢ କରିବ । ସମାଜର ସବୁ ବର୍ଗର ବ୍ୟକ୍ତିବିଶେଷଙ୍କ ହିତକୁ ଦୃଷ୍ଟିରେ ରଖି ମୋଦି ସରକାର ଆଜି ବଜେଟ ଉପସ୍ଥାପନ କରିଛନ୍ତି । ଯେତେବେଳେ ସମଗ୍ର ବିଶ୍ୱରେ ଏ ମହାମାରୀର ସମୟରେ ସବୁ ଦେଶରେ ସମସ୍ତ ଅର୍ଥନୀତି ଏକ ସଙ୍କଟପୂର୍ଣ୍ଣ ସ୍ଥିତି ଦେଇ ଗତି କରୁଛି ସେହି ସମୟରେ ମୋଦି ସରକାର ସଠିକ୍ ଅର୍ଥନୀତିକ ପରିଚାଳନା କରିଥିବାରୁ ଆଜି ଭାରତବର୍ଷର ଅର୍ଥନୀତି ସୁଦୃଢ ଅଛି । କରୋନା ସଂକଟ ସମୟରେ ନୂଆ ଆଶା ସଂଚାର କରିଛି ଆତ୍ମନିର୍ଭର ଅର୍ଥ ବ୍ୟବସ୍ଥା ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀଥାରମଣଙ୍କୁ ରାଜ୍ୟବାସୀଙ୍କ ତରଫରୁ ଧନ୍ୟବାଦ ଜଣାଇ ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଛନ୍ତି ଯେ, ଓଡିଶାର ଜନସାଧାରଣଙ୍କର ସର୍ବାଙ୍ଗୀନ ବିକାଶ ପାଇଁ ଆଜିର କେନ୍ଦ୍ର ବଜେଟ ଏବଂ ଆଗାମୀ ଦିନରେ ଏହାର ସୁଫଳ ଆମକୁ ମିଳିବ । କେନ୍ଦ୍ର ସରକାରଙ୍କର ଜିଏସଟି ପ୍ରଣୟନ ଏକ ଯୁଗାନ୍ତକାଟି ପଦକ୍ଷେପ । ୨୦୨୨ ଜାନୁଆରୀ ମାସ ପାଇଁ ମୋଟ ୧,୪୦,୯୮୬କୋଟି ଜିଏସଟି ସଂଗ୍ରହ ହୋଇଛି ଯାହା ଜିଏସଟି ଆରମ୍ଭରୁ ସର୍ବାଧିକ ଅଟେ । ତେଣୁ ଏଥର ରାଜ୍ୟ ସରକାରଙ୍କୁ ଜିଏସଟିରୁ ଭଲ ସେୟାର ମଧ୍ୟ ମିଳିବ । ମୋଦି ସରକାର ନିଯୁକ୍ତିକୁ ପ୍ରାଧାନ୍ୟ ଦେଇଛନ୍ତି । ଆତ୍ମନିର୍ଭର ଭାରତ ଜରିଆରେ ୬୦ଲକ୍ଷ ନୂଆ ନିଯୁକ୍ତି ସୃଷ୍ଟି କରାଯାଉଛି । ମୋଟ ଉପରେ କହିବାକୁ ଗଲେ ଆତ୍ମନିର୍ଭର ଭାରତ ସହ ଭାରତର ଅଭିବୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କ ବଜେଟ୍ ସ୍ୱାଗତ ଯୋଗ୍ୟ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

କେନ୍ଦ୍ର ସରକାର ସର୍ବଦା ଚାଷୀଙ୍କ ହିତରେ ପଦକ୍ଷେପ ନେଇଛନ୍ତି । ୨.୭୫ଲକ୍ଷ କୋଟି ଟଙ୍କା ଏମଏସପି ଆକାରରେ ଚାଷୀଙ୍କ ମିଳିବ । ଫସଲ ନିରକ୍ଷଣ, ରୋଗପୋକ ନିୟନ୍ତ୍ରଣ ପାଇଁ ଡ୍ରୋନ୍ବ୍ୟବହାର କୃଷି କ୍ଷେତ୍ରରେ କ୍ରାନ୍ତି ଆଣିବ । ଅନ୍ୟ ପଟେ କୃଷି ଉପକରଣ ମଧ୍ୟ ଶସ୍ତା ହୋଇଛି । ବିଶେଷ କରି ଆମ ରାଜ୍ୟ ଯେଉଁଠି କ୍ୟାମିକାଲ ଫୋଟିଲାଇଜରର ସବୁଠୁ ଦେଶରେ କମ ବ୍ୟବହାର ଅଛି ଏଠି ଆମେ ଜୈବିକ ଚାଷର ଯଦି ବ୍ୟାପକ ପ୍ରଚାର ପ୍ରସାର କରି ଚାଷୀ ମାନଙ୍କୁ ପର୍ଯ୍ୟାପ୍ତ ସୁଯୋଗ ଦେବା ଓଡିଶାର ଚାଷୀ ସମଗ୍ର ଭାରତବର୍ଷରେ ଜୈବିକ ଚାଷରେ ସବୁଠୁ ଅଧିକା ଲାଭାନ୍ୱିତ ହେବେ । ଯାହା ଚାଷୀଙ୍କ ସପକ୍ଷରେ ଯିବବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ମିଶନ ଶକ୍ତି, ମିଶନ ବାତ୍ସଲ୍ୟ ଏବଂ ପୋଷଣ ୨.୦ ଜରିଆରେ ମହିଳା ସଶକ୍ତୀକରଣ ପାଇଁ ବ୍ୟାପକ ଅର୍ଥ ବ୍ୟୟବରାଦ କରାଯାଇଛି । ୭୦ଲକ୍ଷ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଅଧିକସଶକ୍ତିକରଣ ହୋଇପାରିବେ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

୨୦୧୪ରୁ କେନ୍ଦ୍ର ସରକାର ଲୋକଙ୍କ ସଶକ୍ତୀକରଣ ପ୍ରାଧାନ୍ୟ ଦେଇଛନ୍ତି । ୨୦୨୨-୨୩ର କେନ୍ଦ୍ରୀୟ ବଜେଟ୍, ମହିଳା, କୃଷକ, ଯୁବକ, ଅନୁସୂଚିତ ଜାତି ଓ ଜନଜାତି ସବୁବର୍ଗକୁ ସୁହାଇଲା ପରି ହୋଇଛି । ଡିବିଟି ଜରିଆରେ ଲୋକଙ୍କ ଆକାଂଉଟକୁ ସିଧା ଟଙ୍କା ପହଁଚାଯାଉଛି । ପ୍ରଧାନମନ୍ତ୍ରୀ ଗତି ଶକ୍ତି ଦ୍ୱାରା ରେଳ, ରାସ୍ତା, ଏୟାର ୱେ, ୱାଟର ୱେ ଆଦିର କାର୍ଯ୍ୟ ତ୍ୱରାନିତ ହେବ ତେଣୁ ଗମନାଗମନ ସୁବିଧା ହେବା ସହ ବ୍ୟବସାୟ ବାଣିଜ୍ୟ ବୃଦ୍ଧି ପାଇବ । ଓଡିଶା ଭଳି ରାଜ୍ୟ ଅଧିକ ଲାଭାନ୍ୱିତ ହେବ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

କରୋନା କାଳରେ ପାଠ ପଢାରେ ଅନେକ ବ୍ୟାଘାତ ଘଟିଛି । ତେବେ ସ୍କୁଲ ପିଲାଙ୍କ ପାଇଁ ପିଏମ୍–ଇ–ବିଦ୍ୟା କାର୍ଯ୍ୟକ୍ରମ ଜରିଆରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଠପଢା ଆଂଚଳିକ ଭାଷାରେ ୨ଶହ ଚ୍ୟାନେଲରେ ଟିଭି ଜରିଆରେ କରିବା ପାଇଁ ନିଷ୍ପତି ନିଶ୍ଚିତ ପିଲାଙ୍କ ପାଠପଢାକୁ ସୁଧାରିବ । ଦେଶରେ ୨ଲକ୍ଷ ଅଙ୍ଗନବାଡିକୁ ଅପଗ୍ରେଡ କରିବା ନିଶ୍ଚିତ ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ଓଡିଶାକୁ ଚଳିତ ବଜେଟରୁ ଅନେକ ଫାଇଦା ହେବାର ଅଛି । କାରଣ ରାଜ୍ୟ ମାନଙ୍କୁ ବିନା ସୁଧରେ ୧ଲକ୍ଷ କୋଟିର ଋଣ ଯୋଗାଇ ଦିଆଯିବ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୪୮୦୦ କୋଟି ବ୍ୟୟରେ ଆହୁରି ୮୦ଲକ୍ଷ ଘର ନିର୍ମାଣ ହେବ ତେଣୁ ଓଡିଶାକୁ ଏଥିରୁ ସୁବିଧା ମିଳିବ ।ବିଗତ ୭ବର୍ଷରେ ୫୮୯୭କିମି ନ୍ୟାସନାଲ ହାଇୱେ ରାଜ୍ୟରେ ନିର୍ମାଣ ହୋଇଛି ତେଣୁ କେନ୍ଦ୍ର ସରକାରଙ୍କର ୨୦୨୨-୨୩ରେ ଯେଉଁ ୨୫ହଜାର କିମି ହାଇୱେ ନିର୍ମାଣ ଲକ୍ଷ୍ୟ ଲକ୍ଷ ଅଛି ସେଥିରୁ ଓଡିଶା ନିଶ୍ଚିତ ଲାଭ ପାଇବ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ଏହି ବଜେଟ୍ ଅଧିବେଶନରେ ରାଜ୍ୟ ସାଧାରଣ ସମ୍ପଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର, ଗଣମାଧ୍ୟମ ସଂଯୋଜକ ଦିଲିପ୍ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed, but trackbacks and pingbacks are open.