Latest Odisha News

BREAKING NEWS

ବିଜେପି ସମର୍ଥିତ ସରପଞ୍ଚ ସମିତି ସଭ୍ୟଙ୍କୁ ମନମୋହନ ଦେଲେ ଟାସ୍କ, ୬ ମାସ ଭିତରେ ଅଧୁରା କାମ ସାର…

ଭୁବନେଶ୍ୱର: ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପଞ୍ଚାୟତ ନିର୍ବାଚନକୁ ନେଇ ବଡ ସୂଚନା ଦେଇଛନ୍ତି । ମନମୋହନ କହିଛନ୍ତି ଯେ, ପଞ୍ଚାୟତ ନିର୍ବାଚନ ୬ ମାସ ପରେ ଘୋଷଣା ହେବ । ଜନଗଣନା ପାଇଁ ଆଗୁଆ ନିର୍ବାଚନ ହେବାର ସମ୍ଭାବନା ରହିଛି । ଜନଗଣନା ପାଇଁ ନିର୍ଦ୍ଧାରିତ ସମୟରୁ ୨ରୁ ୩ ମାସ ପୂର୍ବରୁ ପଞ୍ଚାୟତ ନିର୍ବାଚନ ହେବାର ସମ୍ଭାବନା ରହିଛି । ସରପଞ୍ଚ ସମିତି ସଭ୍ୟ ଏଇ ୬ ମାସ ଭିତରେ ଅଧୁରା କାମ କରି ଦିଅନ୍ତୁ ।

ତଳ ସ୍ତରର ସାଧାରଣ ଲୋକ ଯେମିତି ବଞ୍ଚିତ ହେଉଛନ୍ତି, ଆସନ୍ତା ନିର୍ବାଚନରେ ସବୁ ବ୍ଲକରେ ଜିତିବାକୁ ପଡିବ । ସବୁ ପଞ୍ଚାୟତରେ ଜିତିବାକୁ ପଡିବ। ସବୁ ଜିଲ୍ଲା ପରିଷଦରେ ଜିତିବାକୁ ପଡିବ । ସବୁ ୱାର୍ଡରେ ଜିତିବାକୁ ପଡିବ । ବିଜେପି ସବୁ ଜାଗାରେ ନେତୃତ୍ବ ତିଆରି କରିବାକୁ ପଡ଼ିବ ବୋଲି ସେ କହିଛନ୍ତି ।

ଆଗକୁ ପଞ୍ଚାୟତ ସ୍ତରରେ ମିଶ୍ରଣ ପର୍ବ ଅନୁଷ୍ଠିତ ହେବ । ଯେଉଁ ମାନେ ପଞ୍ଚାୟତ ସ୍ତରରେ ମିଶିବେ ତାଙ୍କୁ ପଞ୍ଚାୟତ ସ୍ତରରେ ମିଶ୍ରଣ ପର୍ବ କରି ବିଜେପିରେ ମିଶାଯିବ । ଯେଉଁ ବିଧାନସଭା ସ୍ତରରେ ମିଶିବେ ତାଙ୍କୁ ବିଧାନସଭା ସ୍ତରରେ ମିଶ୍ରଣ କରି ବିଜେପିରେ ସାମିଲ କରାଯିବ । ସେହିପରି ଯିଏ ଜିଲ୍ଲା ସ୍ତରରେ ମିଶିବାକୁ ଚାହିଁବେ ସେମାନଙ୍କୁ ଜିଲ୍ଲା ସ୍ତରରେ ସାମିଲ କରାଯିବ । ଯେଉଁମାନେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ମିଶିବାକୁ ଚାହିଁବେ, ସେମାନେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ମିଶିବେ । ପଞ୍ଚାୟତରୁ ଭୁବନେଶ୍ବର ପର୍ଯ୍ୟନ୍ତ ମିଶ୍ରଣ ପର୍ବ ଅନୁଷ୍ଠିତ ହେବ । ଆଉ ୬ ମାସ ରହିଲା ପଞ୍ଚାୟତ ନିର୍ବାଚନ । ଦିନ ରାତି ଏକ କରି ପରିଶ୍ରମ କରିବା । ସରପଞ୍ଚ ଏବଂ ପଞ୍ଚାୟତ ସମିତି ମେମ୍ବର ଯେଉଁ କାମ କରି ନାହାନ୍ତି ସେ କାମ ୬ ମାସ ଭିତରେ କରି ଦିଅନ୍ତୁ ବୋଲି ମନମୋହନ କହିଛନ୍ତି ।

Leave A Reply

Your email address will not be published.