Latest Odisha News

ପ୍ରଚାର ବେଳେ ମମତା ବାନାର୍ଜୀଙ୍କ ଉପରେ ଆକ୍ରମଣ

କୋଲକାତା : ପଶ୍ଚିମବଙ୍ଗରେ ପୁଣି ନିର୍ବାଚନୀ ହିଂସା । ନନ୍ଦିଗ୍ରାମରେ ପ୍ରଚାର ସାରି ଫେରୁଥିବା ବେଳେ ଆକ୍ରମଣର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ୪ ଜଣ ଲୋକ ତାଙ୍କ ଉପରେ ଆକ୍ରମଣ କରିଥିବା ସେ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ, ନନ୍ଦିଗ୍ରାମର ବାରଲୁଆ ବଜାରରେ ମମତାଙ୍କ ଗୋଡ଼କୁ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ । ତେବେ ଆକ୍ରମଣ ବେଳେ ମମତାଙ୍କ ସୁରକ୍ଷା ପାଇଁ ପୋଲିସ ନିୟୋଜିତ ନଥିବା ଅଭିଯୋଗ ହୋଇଛି ।

ମନ୍ଦିରରୁ ପୂଜା ସାରି ଫେରୁଥିବା ବେଳେ ଏହି ଆକ୍ରମଣ କରାଯାଇଥିବା ମମତା କହିଛନ୍ତି । ସୁରକ୍ଷା ବ୍ୟବସ୍ଥା ନିମ୍ନମାନର ଥିବା ବେଳେ ସ୍ଥାନୀୟ ପୋଲିସ ପାଖରେ ନଥିବା ମମତା ଅଭିଯୋଗ ଆଣିଛନ୍ତି । ମମତା ବାନାର୍ଜୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଏନେଇ ନିର୍ବାଚନ କମିଶନଙ୍କୁ ଜଣାଇବେ ବୋଲି କହିଛନ୍ତି ମମତା ବାନାର୍ଜୀ ।

Leave A Reply

Your email address will not be published.