Latest Odisha News

BREAKING NEWS

ଓଡ଼ିଶାର ୮ ଜିଲ୍ଲାରେ ହଲମାର୍କ ସୁନା ବିକ୍ରି ବାଧ୍ୟତାମୂଳକ

ଭୁବନେଶ୍ୱର: ଦୋକାନୀ ବିକିବେ କେବଳ ହଲମାର୍କ ସୁନା । ଓଡ଼ିଶାରେ ୮ଟି ଜିଲ୍ଲାରେ ହଲମାର୍କ ସୁନା ବିକ୍ରିକୁ ବାଧ୍ୟତାମୂଳକ କରିଛନ୍ତି ସରକାର । ଏହି ଜିଲ୍ଲାଗୁଡ଼ିକ ହେଉଛି ବାଲେଶ୍ୱର, ଭଦ୍ରକ, କଟକ, ଗଞ୍ଜାମ, ଯାଜପୁର, ଖୋର୍ଦ୍ଧା, ମୟୁରଭଞ୍ଜ ଓ ସମ୍ବଲପୁର । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।

ହଲମାର୍କ ସୁନା ବିକ୍ରିକୁ କେନ୍ଦ୍ର ସରକାର ବାଧ୍ୟତାମୂଳକ କରିଛନ୍ତି । କେବଳ ୧୪, ୧୮ଓ ୨୨ କ୍ୟାରେଟ ସୁନା ବିକ୍ରି କରିପାରିବେ ଦୋକାନୀ । ୨୦, ୨୩ ଓ ୨୪ କ୍ୟାରେଟ ସୁନା ମଧ୍ୟ ବିକି ପାରିବେ । ତେଣୁ ହଲମାର୍କ ସୁନା ଦେଖି କିଣିବା ପାଇଁ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଗ୍ରାହକଙ୍କୁ ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.