Latest Odisha News

BREAKING NEWS

ଭାରତର ଟେବୁଲ ଟେନିସ ଯୋଡି ଅଚନ୍ତା ଶରଥ କମଲ-ମନିକା ବାତ୍ରାଙ୍କୁ ଅଲିମ୍ପିକ ଟିକେଟ

ନୂଆଦିଲ୍ଲୀ: ଭାରତର ଅଚନ୍ତା ଶରଥ କମଲ ଓ ମନିକା ବାତ୍ର ଯୋଡି ଟେବୁଲ ଟେନିସ ମିକ୍ସଡ ଡବଲ୍ସ ମୁକାବିଲା ପାଇଁ ଅଲିମ୍ପିକ ଯୋଗ୍ୟତା ହାସଲ କରିଛନ୍ତି । ଏସୀଆଇ କ୍ୱାଲିଫିକେଶନ ଟୁର୍ଣ୍ଣାମେଂଟର ମିକ୍ସଡ ଡବଲ୍ସ ଫାଇନାଲରେ ଏହି ଯୋଡି କୋରିଆର ସାଙ୍ଗ ସୁ ଲି ଓ ଜିହି ଜାନିୟୋନଙ୍କୁ ୪-୨ରେ ହରାଇ ଟୋକିଓ ଅଲିମ୍ପିକ ଟିକେଟ ହାସଲ କରିଛନ୍ତି ।

ଗୁରବାର ଶରଥ ଏବଂ ମନିକା ସିଙ୍ଗଲ୍ସରେ ବ୍ୟକ୍ତିଗତ ଭାବେ ନିଜ ନିଜ ବିଭାଗରେ ଅଲିମ୍ପିକ ଯୋଗ୍ୟତା ହାସଲ କରି ସାରିଛନ୍ତି । ଶରଥ ଏବଂ ମନିକା ଯୋଗ୍ୟତାପର୍ଯ୍ୟାୟ ମୁକାବିଲାରେ ପ୍ରାୟ ସମସ୍ତ ମୁକାବିଲାରେ ପ୍ରଭାବୀ ପ୍ରଦର୍ଶନ କରିଥିଲେ ।

Leave A Reply

Your email address will not be published.