Latest Odisha News

BREAKING NEWS

ବାଂଲାଦେଶରେ ଶ୍ରଦ୍ଧା ମର୍ଡର କେସ: ପ୍ରେମିକାକୁ କାଟି ବାକ୍ସରେ ରଖିଲା ପ୍ରେମିକ

ଢାକା: ଶ୍ରଦ୍ଧା ଓ୍ୱାକର ମଡର୍ କେସ୍ ପୂରା ଦେଶକୁ ଦୋହଲାଇ ଦେଇଛି  । ଏ ବର୍ବର ଘଟଣା ମନରୁ ଲିଭୁଣୁ ପୁଣି ସମାନ ଘଟଣା ଘଟିଛି ବାଂଲାଦେଶରେ ।  ରାକ୍ଷସ ପ୍ରେମିକ ନିଜ ପ୍ରେମିକାକୁ ଖଣ୍ଡ ଖଣ୍ଡ କରି କାଟି ଦେଇଛି    ।  ପ୍ରେମିକ ଅବୁ ବକର ପ୍ରଥମେ ଜଣେ ହିନ୍ଦୁ ମହିଳାଙ୍କୁ ନିଜ ପ୍ରେମ ଜାଲରେ ଫସାଇଥିଲେ । ପରେ ତାଙ୍କୁ ହତ୍ୟା କରିଥିଲେ । ସେତିକି ନୁହେଁ , ଶ୍ରଦ୍ଧା ଓ୍ୱାକର ମଡର କେସ୍ ପରି ସେ ମହିଳାଙ୍କୁ ହତ୍ୟା କରି ଖଣ୍ଡ ଖଣ୍ଡ କରିଦେଇଥିଲେ ।

ବାଂଲାଦେଶର ଏହି ବିଭତ୍ସ ଘଟଣା ୬ ନଭେମ୍ୱରରେ ସାମ୍ନାକୁ ଆସିଥିଲା । କିନ୍ତୁ ଏହି ହତ୍ୟାକାଣ୍ଡ ଘଟାଇବା ପରେ ଅଭିଯୁକ୍ତ ଅବୁ ବକର ଫେରାର ହୋଇଯାଇଥିଲା । ଅଭିଯୁକ୍ତ ଅବୁ ବକର ଏକ ଟ୍ରାନ୍ସପୋର୍ଟ କମ୍ପାନୀରେ କାମ କରେ । କାମକୁ ନ ଆସିବା ସହିତ ଫୋନ ବନ୍ଦ ଆସିବାରୁ କମ୍ପାନୀ ମାଲିକ ଅବୁ ଘରକୁ ତାଙ୍କର ଜଣେ କର୍ମଚାରୀଙ୍କୁ ପଠାଇଥିଲେ । କର୍ମଚାରୀ ଅବୁର ଘରେ ତାଲା ଝୁଲୁଥିବା ଦେଖି ଘର ମାଲିକଙ୍କୁ ଖବର ଦେଇଥିଲା ।

ଏହା ପରେ ଘର ମାଲିକ  ଯେତେବେଳେ  ଯାଇ  ଦେଖିଲେ ତାଙ୍କୁ କିଛି ଗଡବଡ ଲାଗିଥିଲା । ପରେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଖବର ପାଇ ଆସି ଘରର କବାଟ ଭାଙ୍ଗିଥଲେ । ଘର ଭିତରର ଦୃଶ୍ୟ ଥରାଇ ଦେଇଥିଲା ସମସ୍ତଙ୍କୁ । ଘର ଭିତରେ ଏକ ବାକ୍ସ ଭିତରେ ଥିଲା ମହିଳାଙ୍କର କଟା ମୁଣ୍ଡ ଏବଂ ଶରୀରର ଅନ୍ୟ କଟା ଅଙ୍ଗ । ଶବକୁ ଜବତ କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା । ତଦନ୍ତରୁ ପରେ  ମୃତ ମହିଳାଙ୍କ ପରିଚୟ ମିଳିଥିଲା । ତାଙ୍କ ନାଁ  କବିତା ରାଣୀ ବୋଲି  ବୋଲି ପୋଲିସ ଜାଣିବାକୁ ପାଇଥିଲା । ପୋଲିସ ଫେରାର ଅଭିଯୁକ୍ତକୁ ଖୋଜିବା ପରେ ୧୭ ନଭେମ୍ୱରେ ତାକୁ ଗିରଫ କରିଛି ।

ବାଂଲାଦେଶ ରାପିଡ୍ ଏକ୍ସନ ବାଟାଲିଆନର ମୁଖପାତ୍ର ମୁସ୍କାତ ଅହମଦଙ୍କ କହିବାନୁସାରେ, ଅଭିଯୁକ୍ତ ଅବୁ ଅନ୍ୟ ଜଣେ  ମହିଳାଙ୍କ ସହ ସହିତ ଲିଭ ଇନରେ  ଏକ ଭଡା ଘରେ ରହୁଥିଲେ । ସପନା ଏକ ଡାକ୍ତରଖାନାରେ ରାତି ଡିୟୁଟି କରୁଥିଲେ । ସପନା ସହ ରହୁଥବା ବେଳେ ଅବୁର କବିତା ସହ ଦେଖା ହୋଇଥିଲା । ମାତ୍ର ୪ ଦିନର ଦେଖାରେ ଅବୁ ରାତିରେ କବିତାକୁ ନିଜ ଘରକୁ ଆଣିଥିଲା ।

ଉଭୟେ ଶାରୀରିକ ସଂପର୍କ ରଖିବା ପରେ, କୌଣସି କଥାକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ଝଗଡା ହୋଇଥିଲା ଓ ପରେ କବିତା ବଡ ପାଟିରେ ଚିତ୍କାର କରିଥିଲା । ତାପରେ ଅବୁ କବିତାର ତଣ୍ଟି ଚିପି ହତ୍ୟା କରିଦେଇଥିଲା । ହତ୍ୟା କରିସାରିବା ପରେ ଶରୀରକୁ ଖଣ୍ଡ ଖଣ୍ଡ କରି କାଟି ଦେଇ, ପ୍ମାଷ୍ଟିକ ବ୍ୟାଗରେ ପୁରାଇ ଏକ ବାକ୍ସରେ ଭର୍ତ୍ତି କରିଦେଇଥିଲା । ଏହି ହତ୍ୟାକାଣ୍ଡ କରିସାରିବା ପରେ ଅବୁ ତାର ଲିଭିନ୍ ପାର୍ଟନର ସହ ଢାକା ପଳାଇ ଯାଇଥିଲା । ସେଠାରେ ପୋଲିସ ତାକୁ ଗିରଫ କରିଛି ।

Leave A Reply

Your email address will not be published.