Latest Odisha News

BREAKING NEWS

କିଏ ଅଜୟ କୁମାର ଭଲ୍ଲା ?ଯାହାଙ୍କୁ ମିଳିଲା ନାଗାଲାଣ୍ଡ ରାଜ୍ୟପାଳ ଭାବରେ ଅତିରିକ୍ତ ଦାୟିତ୍ୱ

ନୂଆଦିଲ୍ଲୀ: ମଣିପୁର ରାଜ୍ୟପାଳ ଅଜୟ କୁମାର ଭଲ୍ଲାଙ୍କୁ ଶନିବାର (ଅଗଷ୍ଟ ୧୬) ନାଗାଲାଣ୍ଡର ରାଜ୍ୟପାଳ ଭାବରେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ନାଗାଲ୍ୟାଣ୍ଡ ରାଜ୍ୟପାଳ ଏଲ୍. ଗଣେଶନଙ୍କ ଦେହାନ୍ତ ପରେ ଏହି ପଦବୀ ଖାଲି ପଡ଼ିଥିଲା। ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ସମୟରେ ଗତ ଶୁକ୍ରବାର ଦିନ ୮୦ ବର୍ଷୀୟ ଗଣେସନଙ୍କ ପରଲୋକ ହୋଇଛି।

ଏକ ସରକାରୀ ବିଜ୍ଞପ୍ତିରେ କୁହାଯାଇଛି, “ନାଗାଲ୍ୟାଣ୍ଡର ରାଜ୍ୟପାଳ ଏଲ୍. ଗଣେସନଙ୍କ ଦେହାନ୍ତ ଯୋଗୁଁ, ରାଷ୍ଟ୍ରପତି ମଣିପୁରର ରାଜ୍ୟପାଳ ଅଜୟ କୁମାର ଭଲ୍ଲାଙ୍କୁ ତାଙ୍କର ନିଜ ଦାୟିତ୍ୱ ସହିତ ନାଗାଲ୍ୟାଣ୍ଡର ରାଜ୍ୟପାଳଙ୍କ କାର୍ଯ୍ୟ ନିର୍ବାହ କରିବାକୁ ନିଯୁକ୍ତ କରିଛନ୍ତି।”

ଆଇଏଏସ୍ ଅଧିକାରୀ (ଅବସରପ୍ରାପ୍ତ) ଅଜୟ କୁମାର ଭଲ୍ଲାଙ୍କୁ ଗତ ବର୍ଷ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଣିପୁରର ରାଜ୍ୟପାଳ ଭାବରେ ନିଯୁକ୍ତ କରିଥିଲେ। ଅଜୟ କୁମାର ଭଲ୍ଲା ୧୯୮୪ ବ୍ୟାଚର ଜଣେ ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ। ଅଜୟ କୁମାର ଭଲ୍ଲାଙ୍କୁ ଅଗଷ୍ଟ ୨୨, ୨୦୧୯ରେ କେନ୍ଦ୍ର ଗୃହ ସଚିବ ଭାବରେ ନିଯୁକ୍ତ କରାଯାଇଥିଲା। ସେ ଅଗଷ୍ଟ ୨୨, ୨୦୨୪ ପର୍ଯ୍ୟନ୍ତ ପ୍ରାୟ ପାଞ୍ଚ ବର୍ଷ ପାଇଁ ଭାରତର ଗୃହ ସଚିବ ଭାବରେ କାର୍ଯ୍ୟ କରିଥିଲେ।

Comments are closed.