Latest Odisha News

BREAKING NEWS

ମର୍ଣ୍ଣିଂ ଓ୍ୱାକ୍ ବେଳେ ମାଡ଼ିଗଲା ଟ୍ରକ: ୨ ମହିଳା ମୃତ, ଜଣେ ଗୁରୁତର

ନୟାଗଡ଼: ମର୍ଣ୍ଣିଂ ଓ୍ୱାକରେ ଯିବା ବେଳେ ୩ଜଣ ମହିଳାଙ୍କ ଉପରେ ମାଡ଼ିଗଲା ଟ୍ରକ । ଦୁର୍ଘଟଣାରେ ଦୁଇ ଜଣ ମହିଳାଙ୍କ ମୃତ୍ୟୁ ହୋଇଛନ୍ତି । ଆଉ ଜଣେ ଗୁରୁତର ଅଛନ୍ତି । ନୟାଗଡ଼-ଖୋର୍ଦ୍ଧା ରାସ୍ତାର ନୟାଗଡ଼ ଜିଲ୍ଲା ନୂଆଗାଁ ସଁପଡ଼ା ନିକଟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି ।

ମୃତକମାନେ ହେଲେ ମାନସୀ ମାର୍ଥୀ ଓ ଟିକିନା ପ୍ରଧାନ । ଆହତ ମହିଳାଙ୍କ ନାଁ ସୁରବାଳା ପରିଡ଼ା । ମୃତାହତମାନେ ସମ୍ପଡ଼ା ଗାଁର ବୋଲି ଜଣାପଡ଼ିଛି । ଆଜି ଭୋରରେ ଏମାନେ ମର୍ଣ୍ଣିଂ ଓ୍ୱାକରେ ବାହାରିଥିଲେ । ଏତିକିବେଳେ ଦଶପଲ୍ଲାରୁ ନୟାଗଡ଼ ଆସୁଥିବା ଏକ ଟ୍ରକ ସେମାନଙ୍କୁ ଧକ୍କା ଦେଇଥିଲା ।

ଘଟଣାସ୍ଥଳରେ ମାନସୀ ଓ ଟିକିନାଙ୍କର ମୃତ୍ୟୁ ହୋଇଥିଲା । ଗୁରୁତର ଅବସ୍ଥାରେ ସୁରବାଳାଙ୍କୁ ଉଦ୍ଧାର କରି ପ୍ରଥମେ ନୟାଗଡ଼ ହସ୍ପିଟାଲ ଓ ପରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣା ପରେ ଟ୍ରକ ସହ ଚମ୍ପଟ ମାରିଛି ଡ୍ରାଇଭର ।

Leave A Reply

Your email address will not be published.