Latest Odisha News

BREAKING NEWS

ଖୋଲୁଛି ମନୀଷ ମୃତ୍ୟୁର ଗୁମର, ଘଟଣା ଦିନ ୨ ସନ୍ଦିଗ୍ଧ କେଉଁଠି ଯାଇଥିଲେ ପୋଲିସ ହାତରେ ପ୍ରମାଣ

ଭୁବନେଶ୍ବର : ଖୋଲୁଛି ମନୀଷ ମୃତ୍ୟୁର ଖିଅ । ଘଟଣା ପରେ ଲିଟୁ ଓ ମୁନା, କେଉଁଠି ରହିଥିଲେ ତାହାର ସବୁ ପ୍ରମାଣ ଲାଗିଛି ପୋଲିସ ହାତରେ । ଘଟଣା ଦିନ ହୋଟେଲ ସାଉଥ ସିଟିରୁ ବାହାରି ୨ ସନ୍ଦିଗ୍ଧ ୟୁନିଟ ୪ରେ ଥିବା ହୋଟେଲ ସ୍ବାଗତ ପ୍ୟାଲେସକୁ ଆସିଥିଲେ । ସେହିଦିନ ଭୋର ୫ଟା ୩୦ରେ ଲିଟୁ ଓ ମୁନ୍ନା ହୋଟଲରେ ଆସି ପହଞ୍ଚିଥିଲେ । ଏହାପରେ ଲିଟୁ ଓ ମୁନାକୁ ହୋଟେଲରେ ପହଞ୍ଚାଇଥିଲା ହିମାଂଶୁ । ତେବେ ଉଭୟ ହୋଟେଲ ସ୍ବାଗତ ପ୍ୟାଲେସରେ ରହିଥିଲେ ବୋଲି ଜାଣିବାକୁ ପାଇଛି ପୋଲିସ ।

ଅନ୍ୟପଟେ ଘଟଣା ଦିନ ବାର୍‌ରେ ବିଲ୍ ପେମେଣ୍ଟ କରିବାକୁ ନେଇ ହୋଇଥିଲା ପାଟିତୁଣ୍ଡ । ପଚରାଉଚରା ବେଳେ ଏଭଳି ସତ ସାମ୍ନାକୁ ଆସିଛି । ବିଲ୍ ବାବଦ ଟଙ୍କା କିଏ ଦେବ ତାକୁ ନେଇ ସାଙ୍ଗ ମାନଙ୍କ ମଧ୍ୟରେ ହୋଇଥିଲା ପାଟିତୁଣ୍ଡ । ଟଙ୍କା ନଦେବାରୁ ମନୀଷଙ୍କ ଫୋନକୁ ବନ୍ଧକ ରଖିଥିଲେ ବାର୍ କର୍ତ୍ତୃପକ୍ଷ । ପରେ ମନୀଷ ବାପାଙ୍କୁ ଫୋନ୍ କରି ଟଙ୍କା ମଗାଇ ପେମେଣ୍ଟ କରିଥିଲେ । ତେବେ ମନୀଷଙ୍କ ମୃତ୍ୟୁର ପୋଷ୍ଟମର୍ଟମ ରିପୋର୍ଟରୁ ପୂରା ଘଟଣାର ସତ୍ୟାସତ୍ୟ ଜଣାପଡିବ । ପୂର୍ବରୁ ଆସିଥିବା ପ୍ରାଥମିକ ପୋଷ୍ଟମର୍ଟମ ରିପୋର୍ଟରେ ଶ୍ବାସରୁଦ୍ଧ ହୋଇ ମନୀଷଙ୍କ ମୃତ୍ୟୁ ହୋଇଥିବା କଥା ସାମ୍ନାକୁ ଆସିଥିଲା । ଯାହା ସ୍ପଷ୍ଟ କରିଥିଲା ପାଣିରେ ବୁଡି ନୁହେଁ ବରଂ ବାହାରେ ମୃତ୍ୟୁ ପରେ ମନୀଷଙ୍କୁ ପାଣିରେ ଫୋପାଡି ଦିଆଯାଇଥିଲା । ଅନ୍ୟପଟେ ଏହି ଘଟଣାରେ ୫ ଜଣଙ୍କୁ ଅଟକ ରଖି ମାରାଥନ ପଚରାଉଚରା କରୁଛି ପୋଲିସ ।

Leave A Reply

Your email address will not be published.