Latest Odisha News

BREAKING NEWS

ଚର୍ଚ୍ଚାରେ ଚକୋଲେଟରେ ନିର୍ମିତ ମାଆ ଦୁର୍ଗାଙ୍କ ପ୍ରତିମୂର୍ତ୍ତି

ଭୁବନେଶ୍ୱର: ମାଆ ଦୁର୍ଗାଙ୍କ ପୂଜାର୍ଚ୍ଚନା ନେଇ ସବୁବେଳେ କୋଲକାତା ସହର ଚର୍ଚ୍ଚାରେ ଥାଏ । ଚଳିତବର୍ଷ କରୋନା କଟକଣା ମଧ୍ୟରେ ଚକୋଲେଟରେ ନିର୍ମିତ ମାଆ ଦୁର୍ଗାଙ୍କ ପ୍ରତିମୂର୍ତ୍ତି ଖୁବ ଚର୍ଚ୍ଚାରେ ରହିଛି ।

୨୫ କି.ଗ୍ରା ବେଲଜିୟନ୍ ଚକୋଲେଟରେ ପ୍ରସ୍ତୁତ ହୋଇଛି ଦୁର୍ଗତିନାଶିନୀଙ୍କ ପ୍ରତିମୂର୍ତ୍ତି । କୋଲକାତାର ଏକ ବେକେରୀ ଦୋକାନର କର୍ମଚାରୀମାନେ ପ୍ରସ୍ତୁତ କରିଛନ୍ତି ୪ ଫୁଟ୍ ଲମ୍ବର ସ୍ୱତନ୍ତ୍ର ପ୍ରତିମୂର୍ତ୍ତି । ଏହାକୁ ପ୍ରସ୍ତୁତ କରିବା ଲାଗି ୧୦ ଜଣ କାରିଗରଙ୍କୁ ୧୫ ଦିନ ସମୟ ଲାଗିଥିଲା । ତେବେ ଚକୋଲେଟ ଯେପରି ତରଳିନଯାଏ, ସେଥିପାଇଁ ସ୍ୱତନ୍ତ୍ର ତାପମାତ୍ରା ମଧ୍ୟରେ ପ୍ରତିମୂର୍ତ୍ତିଟିକୁ ରଖାଯାଇଛି ।

ଚୋକୋ ବଟରରେ ପ୍ରସ୍ତୁତ ହୋଇଥିବା ଏହି ମୂର୍ତ୍ତିକୁ ବିଜୟାଦଶମୀରେ କ୍ଷୀରରେ ବୁଡାଇବାକୁ ଯୋଜନା ରହିଛି । ଚକୋଲେଟରେ ପ୍ରସ୍ତୁତ ମିଲ୍କ ସେକକୁ ଅନାଥ ପିଲାଙ୍କ ମଧ୍ୟରେ ବଣ୍ଟନ କରିବା ପାଇଁ ବେକେରୀର ମୁଖ୍ୟ କାରିଗର ବିକାଶ କୁମାର ନିଷ୍ପତ୍ତି ନେଇଛନ୍ତି ।

Leave A Reply

Your email address will not be published.