Latest Odisha News

BREAKING NEWS

ମନୀଷ ମୃତ୍ୟୁ ମାମଲା, ୪ ଦିନିଆ ରିମାଣ୍ଡରେ ଗଲେ ୩ ଅଭିଯୁକ୍ତ

ଭୁବନେଶ୍ବର : ମନୀଷ ଅନୁରାଗ ହତ୍ୟା ମାମଲାରେ ପଦାକୁ ଆସିବ ଆହୁରି ଗୁମର । ଆଜିଠୁ ୩ ଅଭିଯୁକ୍ତକୁ ୪ ଦିନିଆ ରିମାଣ୍ଡରେ ନେଇଛି ପୋଲିସ । ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବାକୁ ଗତକାଲି ଅନୁମତି ଦେଇଥିଲେ ଜେଏମଏଫସି କୋର୍ଟ । ଝାରପଡ଼ା ଜେଲରେ ଇନଫୋସିଟି ଥାନା ପୋଲିସର ସ୍ପେଶାଲ୍ ଟିମ୍ ପହଞ୍ଚି ୩ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇଛି । ରିମାଣ୍ଡ ଅବଧି ସମୟରେ ପୋଲିସ ଅନେକ ଦିଗକୁ ନଇ ଖୋଳତାଡ କରିବ । ଦରକାର ପଡ଼ିଲେ ସ୍ପଟକୁ ନେଇ କ୍ରାଇମ ସିନ୍ ରିକ୍ରିଏଟ କରିପାରେ ପୋଲିସ ।

୩ ଅଭିଯୁକ୍ତଙ୍କୁ ପଚରାଉଚରା ପାଇଁ ସ୍ବତନ୍ତ୍ର ଟିମ୍ ଗଠନ ହୋଇଛି । ସ୍ପେଶାଲ୍ ସ୍କ୍ବାଡ୍, ଏସିପି, ଆଇଆଇସି ଏମାନଙ୍କୁ ପଚରାଉଚରା କରିବେ । ଘଟଣା ଦିନ ସାଉଥ ସିଟି ହୋଟେଲରେ ଆଉ କଣ ଘଟିଥିଲା, ଖାଲି ବିଲ୍ ପେମେଣ୍ଟକୁ ନେଇ ଝଗଡା ହୋଇଥିଲା ନା ଆଉକିଛି ସେନେଇ ମଧ୍ୟ ଖୋଳତାଡ କରିବ ପୋଲିସ । ବାରରୁ ବାହାରିବା ପରେ କାହା ସାଙ୍ଗରେ ମନୀଷଙ୍କର ଝଗଡା ହୋଇଥିଲା ସେନେଇ ସମ୍ପର୍କରେ ଜାଣିବାକୁ ଚାହୁଁଛି ପୋଲିସ । ଖାଲି ଏହି ୩ ଜଣ ହତ୍ୟା ମାମଲାରେ ସଂପୃକ୍ତ ଅଛନ୍ତି ନା ଆଉ କାହାର ସଂପୃକ୍ତି ଅଛି, ସେନେଇ ଗୁଡେଇ ତୁଡେଇ ପ୍ରଶ୍ନ କରିବ ସ୍ବତନ୍ତ୍ର ଟିମ୍ । ତେବେ ବର୍ତ୍ତମାନ ସୁଦ୍ଧା ପୋଲିସ ହାତରେ ମନୀଷଙ୍କ ମୋବାଇଲ୍ ଲାଗିପାରିନି । ୩ ଅଭିଯୁକ୍ତ ଅମ୍ରିତ ବିଶ୍ବାଳ, ଦିନେଶ ମହାପାତ୍ର ଓ ମୃତ୍ୟୁଞ୍ଜୟ ମିଶ୍ରଙ୍କୁ ରିମାଣ୍ଡରେ ପ୍ରଶ୍ନ କରି ଆଉ କିଛି ସତ ଉଗାରିପାରେ ପୋଲିସ ।

Leave A Reply

Your email address will not be published.