Latest Odisha News

ଜେଲ୍‌ ରୁ ବାହାରିବା ଆଶା ମଉଳିଲା, ଆସନ୍ତା ୧୮ ଯାଏଁ ନ୍ୟାୟିକ ହେପାଜତରେ ରହିବେ ମନିଷ ସିସୋଦିଆ

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଆଜିବି ନିରାଶ ହେଲେ ଦିଲ୍ଲୀର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ଏବଂ ଆମ ଆଦମୀ ପାର୍ଟି ନେତା ମନୀଷ ସିସୋଦିଆ । ତାଙ୍କ ଜାମିନ ଆବେଦନକୁ ଖାରଜ କଲେ ଦିଲ୍ଲୀର ରାଉସ ଆଭେନ୍ୟୁ କୋର୍ଟ । ଆସନ୍ତା ୧୮ ପର୍ଯ୍ୟନ୍ତ ତାଙ୍କ ନ୍ୟାୟିକ ହେପାଜତକୁ ବଢାଇଦିଆଯାଇଛି । ଆଗାମୀ ଶୁଣାଣି ୧୮ ତାରିଖରେ କରାଯିବ ।

ଏହା ସହ କୋର୍ଟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କୁ ପଚାରିଛନ୍ତି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରତ୍ୟେକ ଅଭିଯୁକ୍ତଙ୍କ ଦସ୍ତାବିଜ୍ କୁ ଯାଞ୍ଚ କରିବାକୁ କେତେ ସମୟ ନିଆଯାଇଛି ତାହାର ଉତ୍ତର ରଖିବାକୁ କୋର୍ଟ କହିଛନ୍ତି ।

ସିସୋଦିଆ ଦିଲ୍ଲୀ ଅବକାରୀ ଦୁର୍ନୀତିରେ ପ୍ରାୟ ୧୩ ମାସ ହେବ ତିହାର ଜେଲରେ ରହିଛନ୍ତି । ୨୬ ଫେବୃଆରୀ ୨୦୨୩ରେ ତାଙ୍କୁ ଗିରଫ କରାଯାଇଥିଲା । ସଞ୍ଜୟ ସିଂହ ସୁପ୍ରିମକୋର୍ଟଙ୍କ ସର୍ତ୍ତମୂଳକ ଜାମିନ ପାଇବା ପରେ ସିସୋଡିଆ ମଧ୍ୟ ଜାମିନ ପାଇବେ ବୋଲି ଆଶା କରାଯାଉଥିଲେ । ହେଲେ ତାହାକୁ ଖାରଜ କରିଛନ୍ତି କୋର୍ଟ ।

Comments are closed.