Latest Odisha News

BREAKING NEWS

ମନୀଷ ସିସୋଦିଆଙ୍କୁ ବଡ ଆଶ୍ବସ୍ତି, ସପ୍ତାହକୁ ଥରେ ସ୍ତ୍ରୀଙ୍କୁ ଭେଟି ପାରିବେ

ନୂଆଦିଲ୍ଲୀ: ଦିଲ୍ଲୀର ମଦ ଦୁର୍ନିତୀ ମାମଲାରେ ଦୀର୍ଘ ଦିନ ଧରି ଜେଲରେ ଥିବା ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ବଡ ଆଶ୍ବସ୍ତି ମିଳିଛି । ଦିଲ୍ଲୀର ରାଉଜ ଏଭେନ୍ୟୁ କୋର୍ଟ ମନୀଷ ସିସୋଦିଆଙ୍କୁ ତାଙ୍କ ଅସୁସ୍ଥ ପତ୍ନୀଙ୍କୁ ସପ୍ତାହରେ ଥରେ ଭେଟିବାକୁ ଅନୁମତି ଦେଇଛନ୍ତି । ଯଦିଓ ତାଙ୍କୁ କୋର୍ଟରୁ ଏପର୍ଯ୍ୟନ୍ତ ଜାମିନ ମିଳିନାହିଁ, ତଥାପି ତାଙ୍କୁ ଆଉ ଏକ ବଡ଼ ଆସ୍ବସ୍ତି ମିଳିଛି ।

ଏହି ସମୟ ମଧ୍ୟରେ ଡାକ୍ତର ମଧ୍ୟ ତାଙ୍କୁ ଭେଟିବେ । ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ମନୀଷ ସିସୋଦିଆ ଏହି ସୁବିଧା ପାଇପାରିବେ ବୋଲି କୋର୍ଟ କହିଛନ୍ତି । ଏଥିସହ ମନୀଷ ସିସୋଦିଆଙ୍କ ନିୟମିତ ଜାମିନ ଆବେଦନ ଉପରେ ଫେବ୍ରୁଆରୀ ୨୨ ତାରିଖରେ ପରବର୍ତ୍ତୀ ଶୁଣାଣି ହେବ ।

କୋର୍ଟରେ ଦିଆଯାଇଥିବା ତାଙ୍କ ଆବେଦନରେ ମନୀଷ ତାଙ୍କ ପତ୍ନୀଙ୍କୁ ସପ୍ତାହରେ ଦୁଇଥର ଭେଟିବାକୁ ଅନୁମତି ମାଗିଥିଲେ । ତେବେ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ କୋର୍ଟ ତାଙ୍କୁ ସପ୍ତାହରେ ଥରେ ସାକ୍ଷାତ କରିବାକୁ ଅନୁମତି ଦେଇଛନ୍ତି । କୋର୍ଟ କହିଛନ୍ତି ଯେ, ଏହି ବ୍ୟବସ୍ଥା କୋର୍ଟଙ୍କ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଜାରି ରହିବ ।

ସୁପ୍ରିମକୋର୍ଟ ମଧ୍ୟ ସୋମବାର ଆଶ୍ୱାସନା ଦେଇଛନ୍ତି ଯେ, ସେ ଦିଲ୍ଲୀ ମଦ ଦୁର୍ନିତୀ ଅନିୟମିତତା ମାମଲାରେ ମନୀଷ ସିସୋଦିଆଙ୍କ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିବା ପାଇଁ ଶୀର୍ଷ ଅଦାଲତର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଖୁବ ଶୀଘ୍ର ଏହା ଆବେଦନ କରିବ । ସିସୋଦିଆଙ୍କ ପକ୍ଷରୁ ଲଢୁଥିବା ଓକିଲ ଏଏମ୍ ସିଂଭି କହିଛନ୍ତି ଯେ, ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଏକ ବର୍ଷରୁ ଅଧିକ ସମୟ ଜେଲରେ ଅଛନ୍ତି ।

ଗତବର୍ଷ ଡିସେମ୍ବର 13 ତାରିଖରେ ସୁପ୍ରିମକୋର୍ଟ ଏହି ମାମଲାରେ ଜାମିନ ପ୍ରଦାନ କରିବାକୁ ମନା କରିଦେଇଥିବା ସର୍ବୋଚ୍ଚ ନ୍ୟାୟାଳୟର ଆଦେଶ ବିରୋଧରେ ମନୀଷ ସିସୋଦିଆଙ୍କ ସମୀକ୍ଷା ଯାଚିକାକୁ ପ୍ରତ୍ୟାଖ୍ୟାନ କରିଥିଲେ । ଏହାପୂର୍ବରୁ 30 ଅକ୍ଟୋବର 2023 ରେ ସୁପ୍ରିମକୋର୍ଟ ସିସୋଦିଆଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ ।

Leave A Reply

Your email address will not be published.