Latest Odisha News

BREAKING NEWS

ରାଜ୍ୟରେ କମୁଛି ଶୀତ ବଢୁଛି ଖରା, ଏଲନିନୋ ସକ୍ରିୟ ଯୋଗୁଁ ଅନୁଭୂତ ହେଉଛି ଗରମ

ଭୁବନେଶ୍ବର: ରାଜ୍ୟରେ ଏବେ ଶୀତର ଲହରୀ କମିଛି । ହେଲେ ଜାରି ରହିଛି ଘନ କୁହୁଡି । ରାତି ୯ ରୁ ସକାଳ ୭ଟା ପର୍ଯ୍ୟନ୍ତ ଘନ କୁହୁଡି କାରଣରୁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗାଡି ଚାଳକ ମାନେ । ଫଳରେ ଅନେକ ସ୍ଥାନରେ ଭୟଙ୍କର ସଡକ ଦୁର୍ଘଟଣା ଘଟି ଅନେକ ଜୀବନ ଯାଉଥିବା ଖବର ମଧ୍ୟ ସାମ୍ନାକୁ ଆସୁଛି ।

ତେବେ ବର୍ତ୍ତମାନ ରାଜ୍ୟରେ ଶୀତ ଧୀରେ ଧୀରେ ଉଭାନ ହେଉଥିବାବେଳେ, ଦିନ ବେଳା ଅସହ୍ୟ ଗରମ ଅନୁଭୂତ ହେଉଛି । ଫେବ୍ରୁଆରୀ ପ୍ରଥମ ସପ୍ତାହରେ ରାଜ୍ୟରେ ଏପରି ଖରା ଓ ଗରମ ଅନୁଭୂତ ହେବା ଅସ୍ୱାଭାବିକ ବୋଲି କୁହାଯାଉଛି ।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା କ୍ରମେ, ଗତକାଲି ଟିଟିଲାଗଡ଼ରେ ଚଳିତବର୍ଷର ସର୍ବାଧିକ ତାପମାତ୍ରା ୩୪.୫ ଡିଗ୍ରୀ ରେକର୍ଡ କରାଯାଇଥିବାବେଳେ, ଭବାନୀପାଟଣାରେ ୩୪.୨, ମାଲକାନଗିରି ଓ ପାରଳାଖେମୁଣ୍ଡିରେ ପାରଦ ୩୪ ଡିଗ୍ରୀ ଛୁଇଁଛି । ସେହିପରି ଗୋପାଳପୁର, ଛତ୍ରପୁର, ପୁରୀ, ବାଲେଶ୍ୱର, ପାରାଦୀପ, କୋରାପୁଟ, ଦାରିଙ୍ଗବାଡ଼ି, ଦେବଗଡ଼, ରାଉରକେଲାକୁ ଛାଡି ରାଜ୍ୟର ଅନ୍ୟ ସବୁ ସ୍ଥାନରେ ପାରଦ ୩୦ ଡିଗ୍ରୀ ଉପରେ ରହିଥିଲା ।

ତେବେ ପ୍ରଶାନ୍ତ ମହାସାଗରରେ ଏଲନିନୋ ସକ୍ରିୟ ରହିଥିବାରୁ ଏବେଠୁ ଗରମ ଅନୁଭୂତ ହେଉଛି । ଫଳରେ ଆଗକୁ ରାଜ୍ୟରେ ଅସହ୍ୟ ଖରା ଅନୁଭୂତ ହୋଇପାରେ । ଏଲନିନୋ ପ୍ରଭାବରେ ଖରାର ପ୍ରଭାବ ଅଧିକ ଦିନ ରହିବାକୁ ଥିବାରୁ ଏହାର ପ୍ରଭାବ ମୌସୁମୀ ବାୟୁ ଉପରେ ପଡ଼ିପାରେ ବୋଲି ଆଶଙ୍କା କରିଛି ପାଣିପାଗ ବିଭାଗ ।

Leave A Reply

Your email address will not be published.