Latest Odisha News

BREAKING NEWS

ବିଜେପିରେ ମିଶିଲେ ମନଜିନ୍ଦର ସିଂ

ଚଣ୍ଡୀଗଡ: ଦିଲ୍ଲୀ ଶିଖ ଗୁରୁଦ୍ୱାର ପ୍ରବନ୍ଧକ କମିଟି ମୁଖ୍ୟ ମନଜିନ୍ଦର ସିଂ ସିରସା ବୁଧବାର ଆଶ୍ଚର୍ଯ୍ୟଜନକ ଭାବେ ବିଜେପିରେ ଯୋଗ ଦେଇଛନ୍ତି । ଦିଲ୍ଲୀରେ କେନ୍ଦ୍ରୀୟ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପାର୍ଟିର ନିର୍ବାଚନ ପ୍ରଭାରୀ ଗଜେନ୍ଦ୍ର ସିଂ ଶେଖାୱତ, ରାଷ୍ଟ୍ରୀୟ ମହାସଚିବ ଦୁଷ୍ମନ୍ତ ଗୌତମଙ୍କ ଉପସ୍ଥିତିରେ ମନଜିନ୍ଦର ବିଜେପିରେ ସାମିଲ ହୋଇଥିଲେ ।

ସିରସାଙ୍କ ଉପସ୍ଥିତି ଅଗାମୀ ନିର୍ବାଚନରେ ବିଜେପିକୁ ଫାଇଦାରେ ରଖିବ ବୋଲି ଶେଖାୱତ କହିଛନ୍ତି । ମନଜିନ୍ଦର ହଠାତ ଇସ୍ତଫା ଦେବା ଯୋଗୁ ଶିରୋମଣି ଅକାଳୀ ଦଳରେ ଚହଳ ପଡିଯାଇଛି । କାରଣ ଡିଏସଜିଏମସି ଶିଖ ମାନଙ୍କ ପାଇଁ ଏକ ସମ୍ମାନଜନକ ସଂସ୍ଥା । ଏହାର ପ୍ରଭାବ ନିଶ୍ଚିତ ଭାବେ ନିର୍ବାଚନରେ ପ୍ରତିଫଳିତ ହେବ ବୋଲି ଅକାଳୀ ଦଳର ଜଣେ ନେତା କହିଛନ୍ତି ।

Leave A Reply

Your email address will not be published.