Latest Odisha News

BREAKING NEWS

ଅଭିନେତ୍ରୀ କଙ୍ଗନାଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ସେନ୍ସର କରିବାକୁ ସୁପ୍ରିମକୋର୍ଟରେ ଆବେଦନ

ମୁମ୍ବାଇ : ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ପାଇଁ ବଢିଲା ଅଡୁଆ । କଙ୍ଗନାଙ୍କ ବିରୋଧରେ ସୁପ୍ରିମକୋର୍ଟରେ ଏକ ଯାଚିକା ଦାଖଲ କରାଯାଇଛି । କଙ୍ଗନାଙ୍କ ସମସ୍ତ ସୋସିଆଲ ମିଡିଆ ପୋଷ୍ଟକୁ ଭବିଷ୍ୟତରେ ସେନ୍ସର କରିବା ପାଇଁ ଏହି ଯାଚିକା ଅପିଲ କରାଯାଇଥିଲା ।ଏହି ଯାଚିକାରେ ଆବେଦନ କାରୀଙ୍କ ନାମ ଗୋପନ ରଖାଯାଇଛି । ଏନେଇ ସୋସିଆଲ ମିଡିଆରେ ଅଭିନେତ୍ରୀ କଙ୍ଗନା ପୋଷ୍ଟ କରି ସୂଚନା ଦେଇଛନ୍ତି ।

ଅଭିନେତ୍ରୀ କଙ୍ଗନା ରାଣାୱତ କହିଛନ୍ତି ଯେ ମୁମ୍ବାଇରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଶହୀଦଙ୍କ ଉଦ୍ଦେଶ୍ୟରେ ପୋଷ୍ଟ କରିବା ପରେ ତାଙ୍କୁ ଧମକ ମିଳୁଛି । ଏନେଇ କଙ୍ଗନା ସୋନିଆ ଗାନ୍ଧୀଙ୍କୁ ନିବେଦନ କରି ଲେଖିଥିଲେ ଆପଣ ମଧ୍ୟ ଜଣେ ମହିଳା ଆପଣଙ୍କ ଶାଶୁ ଶେଷ ସମୟ ପର୍ଯ୍ୟନ୍ତ ଆତଙ୍କବାଦୀଙ୍କ ବିରୁଦ୍ଧରେ ଲଢେଇ କରିଥିଲେ ।ତେଣୁ ପଞ୍ଜାବରୁ ଆତଙ୍କବାଦୀ , ଦେଶବିରୋଧୀ ଶକ୍ତି ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ନେବା ପାଇଁ ଆପଣ ମୁଖ୍ୟମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ।

Leave A Reply

Your email address will not be published.