Latest Odisha News

BREAKING NEWS

ପିଇବା ପାଣି ପାଇଁ ପ୍ରତିବାଦ କଲେ ଗ୍ରାମବାସୀ

ଗୁଣୁପୁର : ପାନୀୟ ଜଳ ଯୋଗାଣ ପାଇଁ ହାଣ୍ଡି ମାଠିଆ ଧରି ପ୍ରତିଦାଦ କଲେ ଗାଁ ଲୋକ । ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକ ଶଗଡା ପଞ୍ଚାୟତର ଅଲାଙ୍ଗଡା ଗାଁରେ ପ୍ରାୟ ୬୦୦ଶହ ଲୋକ ବସବାସ କରନ୍ତି । ହେଲେ ଏମାନଙ୍କ ପାଇଁ ଗୋଟିଏ ନଳକୂପ ଓ ସୋଲାର ପାଇପ ରହିଛି । ତେବେ ବର୍ଷେ ତଳେ ନଳକୂପ ଅଚଳ ହୋଇପଡିଥିବା ବେଳେ ସୋଲାର ପାଇପ କାମ କରୁନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ପାଣି ପାଇଁ ଆଜି ବି ସଂଘର୍ଷ କରୁଛନ୍ତି ଗାଁ ଲୋକମାନେ । ଫଳରେ ବାଧ୍ୟ ହୋଇ ଗାଁ ଠାରୁ ଅନେକ ଦୂରରେ ଥିବା ଝରଣାର ଦୂଷିତ ପାଣି ବ୍ୟବହାର କରୁଛନ୍ତି ଗାଁ ଲୋକ ।

ଏନେଇ ବାରମ୍ବାର ସରପଞ୍ଚ, ବିଡିଓଙ୍କୁ ଅଭିଯୋଗ କରିଥିଲେ କୌଣସି ପଦକ୍ଷେପ ନିଆଯାଉନାହିଁ । ସରକାର ଗ୍ରାମାଞ୍ଚଳରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ବିଭିନ୍ନ ଯୋଜନା କରୁଥିଲେ ମଧ୍ୟ ଦୁର୍ଗମ ଅଞ୍ଚଳରେ ଫେଲ ମାରିଛି ଏହି ଯୋଜନା । ଏନେଇ ଗାଁ ଲୋକମାନେ ଆଜି ଗୁଣୁପୁର ଉପଜିଲ୍ଲାପାଳଙ୍କୁ ସ୍ମାରକୀ ପତ୍ର ପ୍ରଦାନ କରିଥିଲେ । ହେଲେ ଆଗାମୀ ଦିନରେ ସେମାନଙ୍କ ଦାବି ପୁରଣ ନହେଲେ ଆନ୍ଦୋଳନ ଜୋରଦାର କରାଯିବ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।

Leave A Reply

Your email address will not be published.