ଭୁବନେଶ୍ୱର: ଆଜି ନୂଆପଡ଼ା ଉପ ନିର୍ବାଚନ ପ୍ରଚାରର ଶେଷ ଦିନ । ଏହି ପ୍ରରିପେକ୍ଷିରେ ପ୍ରଚାର ସରିବା ପୂର୍ବରୁ ବଡ଼ ସୂଚନା ଦେଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ନୂଆପଡ଼ାରେ ମେଡିକାଲ୍ କଲେଜ କରିବାକୁ ଦଳ ନିଷ୍ପତ୍ତି ନେଇଥିବା ସେ କହିଛନ୍ତି । ନୂଆପଡ଼ାକୁ ଏକ ନମ୍ବର ଜିଲ୍ଲା ଓ ନିର୍ବାଚନ ମଣ୍ଡଳୀ କରିବୁ ବୋଲି ପ୍ରେସ୍ମିଟ୍ରେ ପ୍ରତିଶ୍ରୁତି ରଖିଲେ ବିଜେପି ସଭାପତି ।
ମନମୋହନ ସାମଲ ଆହୁରି କହିଛନ୍ତି, ପାଞ୍ଚ ଶହ ଦିନରେ ଆମେ କ’ଣ କରିଛୁ, ତାହା ସମସ୍ତେ ଦେଖିଲେଣି । ନୂଆପଡ଼ାରେ ୭୫ ହଜାର ମାଆ, ଭଉଣୀ ସୁଭଦ୍ରା ଯୋଜନାରେ ଉପକୃତ ହୋଇଛନ୍ତି । ନୂଆପଡ଼ାର ୪୫ ହଜାର ଚାଷୀ ୮ ଶହ ଟଙ୍କାର ଇନପୁଟ୍ ସହାୟତା ପାଇଛନ୍ତି । ୨୪ ବର୍ଷ ଶାସନରେ ବିଜେଡି ନୂଆପଡ଼ା ପାଇଁ କଣ କରିଛି ନବୀନ ବାବୁ କୁହନ୍ତୁ ବୋଲି ସେ ପ୍ରଶ୍ନ କରିଛନ୍ତି ।
ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଆହୁରି କହିଛନ୍ତି, ଆମ ସରକାର ଖରିଆର ରୋଡ ଏନଏସିକୁ ମ୍ୟୁନିସିପାଲଟି ଭାବେ ଘୋଷଣା କରିଛନ୍ତି । ନୂଆପଡ଼ାରୁ ଘାଟିପଡ଼ାକୁ ୪ ଲେନ୍ ବିଶିଷ୍ଟ ରାସ୍ତା ହେବ । ନୂଆପଡ଼ା-ବରଗଡ଼ ରେଲଲାଇନ ୪ ଲେନ୍ ବିଶିଷ୍ଟ ହେବ । ନୂଆପଡ଼ାରେ ଷ୍ଟାଡିୟମ୍ ନିର୍ମାଣ ଲାଗି ପ୍ରତିଶ୍ରୁତି ଦେଇଥିଲୁ, ନୂଆ ଷ୍ଟାଡିୟମ୍ ଲାଗି ଶିଳାନ୍ୟାସ କରାଯାଇଛି । ଖୁବ୍ ଶୀଘ୍ର ନିର୍ମାଣ କାମ ଆରମ୍ଭ ହେବ । ନୂଆପଡ଼ାରେ ହେବ ମାଛର ହବ୍ ।
ନବୀନ ବାବୁ ପାଞ୍ଚ ଥର ନୂଆପଡ଼ା ଆସିଲେ ବି କିଛି ଫରକ୍ ପଡ଼ିବନି । ନୂଆପଡ଼ାବାସୀ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ସପକ୍ଷରେ ଅଛନ୍ତି । ବେଇମାନ୍, ଭୋଟ୍ ଚୋରି ଭଳି ଅପଶବ୍ଦର ମୁଁ କଡ଼ା ଭାଷାରେ ନିନ୍ଦା କରୁଛି ବୋଲି ମନମୋହନ କହିଛନ୍ତି ।
Comments are closed.