Latest Odisha News

BREAKING NEWS

ମନମୋହନ ସାମଲଙ୍କ ପୁଣି ଦିଲ୍ଲୀ ଗସ୍ତ ନେଇ ଚର୍ଚ୍ଚା, ବଢୁଛି ମନ୍ତ୍ରିମଣ୍ଡଳ ସଂପ୍ରସାରଣ ସସ୍‌ପେନ୍ସ !

ନୂଆଦିଲ୍ଲୀ: ପୁଣି ଦିଲ୍ଲୀ ଗଲେ ମନମୋହନ । ନୂଆଦିଲ୍ଲୀ ଗସ୍ତରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ଦିନକ ପୂର୍ବରୁ ସେ ଦିଲ୍ଲୀ ଗସ୍ତରୁ ଫେରିଥିଲେ। ଗତକାଲି ଦିଲ୍ଲୀ ଗସ୍ତରୁ ଉଭୟ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ବିଜେପି ସଭାପତି ଫେରିଥିଲେ। ଗତକାଲି ହଠାତ୍‌ ବିଳମ୍ବିତ ରାତିରେ ସେ ପୁଣି ଦିଲ୍ଲୀ ଗସ୍ତରେ ଯାଇଛନ୍ତି। ଯାହାକୁ ନେଇ ଅନେକ କଥା ଚର୍ଚ୍ଚା ଓ ଆଲୋଚନା ଚାଲିଛି।

ଦିଲ୍ଲୀରେ ଶୀର୍ଷ ନେତୃତ୍ୱକୁ ଭେଟି ଆଲୋଚନା କରିବାର ସମ୍ଭାବନା ରହିଛି। ଏପିରିକି ରାଜ୍ୟରେ ଖୁବ୍‌ଶୀଘ୍ର ମନ୍ତ୍ରୀମଣ୍ଡଳ ଅଦଳବଦଳ ଏବଂ ଖାଲିପଡ଼ିଥିବା ନିଗମ, ବୋର୍ଡର ଅଧ୍ୟକ୍ଷ ପଦ ପୂରଣ ନେଇ ଆଲୋଚନା ହୋଇପାରେ। ତେବେ ବିଜେପି ସଭାପତି କାହିଁକି ନୂଆଦିଲ୍ଲୀ ଗସ୍ତରେ ଯାଇଛନ୍ତି, ସେନେଇ ଦଳ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ।

ଦିନକ ପରେ ଉପରାଷ୍ଟ୍ରପତି ନିର୍ବାଚନ ରହିଛି । କେନ୍ଦ୍ରର ବରିଷ୍ଠ ନେତାଙ୍କ ଡକରାରେ ସେ ଦିଲ୍ଲୀ ଯାଇଥାଇପାରନ୍ତି ବୋଲି ଅନୁମାନ କରାଯାଉଛି। ସୂଚନା ଅନୁଯାୟୀ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଓ ଦଳୀୟ ସଭାପତି ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ବାସଭବନରେ ଦଳର ସମସ୍ତ ସାଂସଦଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ସେପ୍ଟେମ୍ବର ୧୨ରେ ମୋହନ ସରକାରକୁ ୧୫ ମାସ ପୁରିବ। କିନ୍ତୁ ଏପର୍ଯ୍ୟନ୍ତ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ହୋଇପାରିନାହିଁ । ତେଣୁ କେବେ ବଦଳିବ ମନ୍ତ୍ରିମଣ୍ଡଳର ରୂପରେଖ ତା ଉପରେ ସମସ୍ତଙ୍କ ନଜର ରହିଛି ।

Comments are closed.