ନୂଆଦିଲ୍ଲୀ: ଓଡିଶା ସରକାର ବାତ୍ୟା ଅମ୍ଫନର ସୁଚାରୁରୂପେ ମୁକାବିଲା କରିଥିବା ଯୋଗୁଁ ନରେନ୍ଦ୍ର ମୋଦୀ ‘ମନ୍ କି ବାତ୍’ ଜରିଆରେ ତାଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି।
‘ମନ କି ବାତ୍’ରେ ରାଷ୍ଟ୍ରକୁ ସମ୍ବୋଧନ କରି ଆଜି ପ୍ରଧାନମନ୍ତ୍ରୀ କହିଛନ୍ତି, “ଗୋଟିଏ ପଟେ ଆମେ କରୋନା ମହାମାରୀର ମୁକାବିଲା କରିବାରେ ବ୍ୟସ୍ତ ଥିବାବେଳେ ଅନ୍ୟ ପଟେ ପୂର୍ବ ଭାରତର କେତେକ ଅଞ୍ଚଳ ପ୍ରାକୃତିକ ଦୂର୍ବିପାକର ସାମ୍ନା କରିଥିଲା । ଏପରିକି ଗତ କିଛି ସପ୍ତାହ ମଧ୍ୟରେ ଆମେ ଓଡ଼ିଶା ଏବଂ ପଶ୍ଚିମବଙ୍ଗରେ ସୁପର ସାଇକ୍ଲୋନ ଅମ୍ଫନର ତାଣ୍ଡବ ଦେଖିଥିଲେ” ।
“ମୁଁ ଗତ ସପ୍ତାହରେ ଓଡିଶା ଏବଂ ପଶ୍ଚିମବଙ୍ଗରେ ବାତ୍ୟା ଅମ୍ପନର କ୍ଷୟକ୍ଷତିର ଆକଳନ କରିବାକୁ ଯାଇଥିଲି। ସେଠାକାର ବାସିନ୍ଦା ଅତ୍ୟନ୍ତ ସାହସର ସହ ଏହି ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ବୋଲି ସେ କହିଛନ୍ତି।
ଆହୁରି ମଧ୍ୟ ମୋଦି ଆଜି ମାସିକ ରେଡିଓ ଅଭିଭାଷଣ ‘ମନ୍ କି ବାତ୍’ର ସଂସ୍କରଣରେ କହିଛନ୍ତି ଯେ ଦେଶ ମୋତେ ସେବା କରିବାର ସୁଯୋଗ ଦେବା ପରଠାରୁ ମୁଁ ପୂର୍ବାଞ୍ଚଳର ବିକାଶ ଉପରେ ଗୁରୁତ୍ୱ ଦେଇଆସୁଛି ।
ଏହାଛଡା କରୋନା ମହାମାରୀ ସମୟରେ ଆଗଧାଡିର କୋଭିଡ ଯୋଦ୍ଧାମାନେ ଉଲ୍ଲେଖନୀୟ ସହଯୋଗ କରୁଥିବା ବେଳେ ଏହଭଳି ପରିସ୍ଥିତିରେ ପ୍ରତ୍ୟେକ ଅଞ୍ଚଳରୁ ମହିଳଳା ସ୍ୱୟଂ ସହାୟକ କୋଷ୍ଠୀଙ୍କ ପରିଶ୍ରମର ବହୁକଥା ଶୁଣିବାକୁ ମଧ୍ୟ ମିଳୁଛି ବୋଲି ସେ ପ୍ରକାଶ କରିଛନ୍ତି ।
Comments are closed.