Latest Odisha News

BREAKING NEWS

ଓଡ଼ିଶାର ଶାସନ ସଚିବ ଭାବରେ ଦାୟିତ୍ଵ ନେଲେ ମନୋଜ ଆହୁଜା

ଭୁବନେଶ୍ବର: ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ଗ୍ରହଣ କଲେ ବରିଷ୍ଠ ଆଇଏଏସ୍‌ ମନୋଜ ଆହୁଜା। ଲୋକସେବା ଭବନରେ ସେ ବିଦାୟୀ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଠାରୁ ଦାୟିତ୍ବ ଗ୍ରହଣ କରିଛନ୍ତି।

କେନ୍ଦ୍ର ସରକାରରେ କୃଷି ସଚିବ ଏବଂ ଚାଷୀ କଲ୍ୟାଣ ସଚିବ ଭାବେ କାମ କରୁଥିଲେ ମନୋଜ ଆହୁଜା। ମନୋଜ ଆହୁଜା ଓଡ଼ିଶା କ୍ୟାଡରର ୧୯୯୦ ବ୍ୟାଚର ଆଇଏଏସ୍ ଅଫିସର। ସେ ପଟିଆଲାସ୍ଥିତ ଥାପର ଇନଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜିରୁ ଡିଗ୍ରୀ, ଚଣ୍ଡିଗଡ଼ର ପଞ୍ଜାବ ବିଶ୍ୱବିଦ୍ୟାଳୟରୁ ଏମବିଏ ଏବଂ ଆମେରିକାର ହାର୍ଭାର୍ଡ ବିଶ୍ୱବିଦ୍ୟାଳୟରୁ ପବ୍ଲିକ ଆଡମିନିଷ୍ଟ୍ରେସନ (ଇଣ୍ଟରନ୍ୟାସନାଲ ଡେଭଲପମେଣ୍ଟ)ରେ ମାଷ୍ଟର୍ସ ଡିଗ୍ରୀ ହାସଲ କରିଛନ୍ତି । ଅନେକ ପ୍ରଶିକ୍ଷଣ ମଡ୍ୟୁଲ ଏବଂ ଗବେଷଣା ପତ୍ର ତାଙ୍କ ନାମରେ ଅଛି, ତାଙ୍କୁ ଏକ ବ୍ୟାପକ ଅଭିଜ୍ଞତା ଏବଂ ବୃତ୍ତିଗତତାର ଶ୍ରେୟ ଦିଆଯାଏ।

ମନୋଜ ଆହୁଜା ଯୁଗ୍ମ ନିର୍ଦ୍ଦେଶକ (କାର୍ମିକ ପ୍ରଶିକ୍ଷଣ/ କାର୍ମିକ ଓ ସାଧାରଣ ପ୍ରଶାସନ), କମିଶନର ଓ ସଚିବ (ଇସ୍ପାତ ଓ ଖଣି, କ୍ରୀଡ଼ା ଓ ଯୁବ ସେବା) ଭଳି ଅନେକ ବିଭାଗର ଦାୟିତ୍ୱ ତୁଲାଇଛନ୍ତି। ବର୍ତ୍ତମାନର ନିଯୁକ୍ତି ପୂର୍ବରୁ ସେ ଭାରତ ସରକାରଙ୍କ ସଚିବ ପାହ୍ୟାରେ ଶିକ୍ଷା ମନ୍ତ୍ରଣାଳୟର କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡର ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରୁଥିଲେ। ଓଡିଶାରେ ପୂର୍ବରୁ ସେ ବିଭିନ୍ନ ବିଭାଗର ସଚିବ ଏବଂ କମିଶନର ମଧ୍ୟ ଥିଲେ। ପରେ ସେ କେନ୍ଦ୍ରୀୟ ଡେପୁଟେସନରେ ଯାଇଥିଲେ।

Leave A Reply

Your email address will not be published.