Latest Odisha News

BREAKING NEWS

ମନୋଜ ବାଜପେୟୀଙ୍କ ଆଗାମୀ ଫିଲ୍ମ ‘ଡେସପ୍ୟାଚ୍’ର ସୁଟିଂ ଆରମ୍ଭ

ନୂଆଦିଲ୍ଲୀ: ଅଭିନେତା ମନୋଜ ବାଜପେୟୀ ତାଙ୍କର ଆଗାମୀ ଫିଲ୍ମ ‘ଡେସପ୍ୟାଚ୍’ ପାଇଁ ସୁଟିଂ ଆରମ୍ଭ କରିଛନ୍ତି। ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ନିର୍ଦ୍ଦେଶକ କାନୁ ବେହଲ୍‌। ଫିଲ୍ମ ଡେସପ୍ୟାଚ୍ ହେଉଛି ଅପରାଧ ସାମ୍ବାଦିକତା ଜଗତରେ ଏକ ଅନୁସନ୍ଧାନକାରୀ ଥ୍ରୀଲର।

ଏଥିରେ ମନୋଜ ବାଜପେୟୀ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଏ ନେଇ ମନୋଜ ଶନିବାର ସୋସିଆଲ ମିଡିଆରେ ଫିଲ୍ମର ସେଟର କିଛି ଦୃଶ୍ୟ ସେୟାର୍‌ କରିଥିଲେ। ତେବେ ଏହାକୁ ନେଇ ସେ ବେଶ୍‌ ଉତ୍ସାହିତ ଥିବା ଜଣାପଡ଼ିଛି।

ବାଜପେୟୀ ଟ୍ୱିଟରରେ ଲେଖିଛନ୍ତି ଯେ, ଡେସପ୍ୟାଚ୍ ସୁଟ୍‌ ଆରମ୍ଭ ହେବା ଭଳି ଲାଗୁଛି। ଡେସପ୍ୟାଚ୍ ସିଧାସଳଖ-ଡିଜିଟାଲ୍‌ରେ ରିଲିଜ୍ ହେବ।

Comments are closed.