Latest Odisha News

BREAKING NEWS

ସୁରକ୍ଷା ଲୋଡ଼ିିଲେ ‘ଆଦିପୁରୁଷ’ର ଲେଖକ

ମୁମ୍ବାଇ: ସାଉଥ ସୁପରଷ୍ଟାର ପ୍ରଭାସଙ୍କ ଫିଲ୍ମ ‘ଆଦିପୁରୁଷ’କୁ ନେଇ ଏବେ ବିବାଦ ଲାଗିରହିଛି । ଫିଲ୍ମର କାହାଣୀ ଏବଂ ସଂଳାପକୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ କରାଯାଉଛି । ଏହି ସମୟରେ ଫିଲ୍ମର ଲେଖକ ମନୋଜ ମୁନ୍ତାଶିର ମୁମ୍ବାଇ ପୋଲିସର ସୁରକ୍ଷା ଲୋଡିଛନ୍ତି । ନିଜ ଜୀବନ ଉପରେ ବିପଦ ଥିବା ନେଇ ମନୋଜ ଆଶଙ୍କା ପ୍ରକାଶ କରିଛନ୍ତି । ମୁମ୍ବାଇ ପୋଲିସ ତାଙ୍କ ଆବେଦନ ଉପରେ ବିଚାର କରି ନିଷ୍ପତ୍ତି ନେବ ବୋଲି କହିଛି ।

ଗତ ୧୬ ତାରିଖରେ ଫିଲ୍ମ ‘ଆଦିପୁରୁଷ’ ମୁକ୍ତିଲାଭ କରିଛି । ଏଥିରେ ସାଉଥ ସୁପରଷ୍ଟାର ପ୍ରଭାସ ରାମ ଭୂମିକାରେ ଅଭିନୟ କରିଥିବା ବେଳେ ଅଭିନେତ୍ରୀ କ୍ରିତି ସାନନ୍ ସୀତା ଏବଂ ସୈଫ ଅଲି ଖାନ ରାବଣ ଭୂମିକାରେ ନଜର ଆସିଛନ୍ତି । ରିଲିଜ୍ ହେବା ପରେ ଫିଲ୍ମଟି ବକ୍ସ ଅଫିସରେ ଭଲ ବ୍ୟବସାୟ କରୁଛି । ଫିଲ୍ମରେ ଅତି ନିମ୍ନମାନର ସଂଳାପ କେତୋଟି ରହିଛି, ଯାହାକୁ ନେଇ ବିବାଦ ମୁଣ୍ଡ ଟେକିଛି । ଫିଲ୍ମକୁ ସାରା ଦେଶରେ ବିରୋଧ କରାଯାଉଛି । ଏମିତି କି ଫିଲ୍ମର ପ୍ରଦର୍ଶନ ଉପରେ ରୋକ ଲଗାଇବାକୁ ଦାବି କରାଯାଉଛି ।

Leave A Reply

Your email address will not be published.