Latest Odisha News

ଏସିଆନ ଫେନ୍ସିଂ ଚାମ୍ପିୟନଶିପରେ ପଦକ ଜିତି ଇତିହାସ ରଚିଲେ ଭବାନୀ ଦେବୀ

ନୂଆଦିଲ୍ଲୀ: ଭାରତର ଷ୍ଟାର ଫେନ୍ସର ଭବାନୀ ଦେବୀ ଏସିଆନ ଫେନ୍ସିଂ ଚାମ୍ପିୟନଶିପରେ ପଦକ ଜିତି ଇତିହାସ ରଚିଛନ୍ତି । ଚୀନର ବୁକ୍ସିରେ ଅନୁଷ୍ଠିତ ଏହି ଚାମ୍ପିୟନଶିପରେ ଭବାନୀ ବ୍ରୋଞ୍ଜ ପଦକ ଜିତିଥିଲେ । ପୂର୍ବରୁ କୌଣସି ଭାରତୀୟ ଏଥିରେ ପଦକ ଜିତି ନ ଥିଲେ । ସେମିଫାଇନାଲରେ ଭବାନୀ ଦେବୀ ଉଜବେକିସ୍ତାନର ଜେନାବ ଡୋୟବେକୋବାଙ୍କ ନିକଟରୁ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ୧୪-୧୫ରେ ହାରି ଯାଇଥିଲେ । ସେମିରେ ପରାଜୟ ସତ୍ୱେ ଭବାନୀଙ୍କୁ ବ୍ରୋଞ୍ଜ ପଦକ ମିଳିଥିଲା । କ୍ୱାର୍ଟର ଫାଇନାଲରେ ବିଶ୍ୱ ଚାମ୍ପିୟନ ଜାପାନର ମିସାକୀ ଏମୁରାଙ୍କୁ ୧୫-୧୦ରେ ହରାଇ ସମସ୍ତଙ୍କୁ ଚକିତ କରି ଦେଇଥିଲେ ।

୨୯ ବର୍ଷୀୟା ଭବାନୀ ରାଉଣ୍ଡ ଅଫ ୬୪ରେ ବାଇ ପାଇଥିଲେ । ଭାରତୀୟ ଫେନ୍ସିଂ ଆସୋସିଏଶନ ଏହା ଏକ ଐତିହାସିକ ଉପଲବ୍ଧି ବୋଲି କହିଛି । ବିଭିନ୍ନ ମହଲରୁ ଭବାନୀଙ୍କ ପ୍ରତି ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ସେ ପ୍ରଥମ ଭାରତୀୟ ଫେନ୍ସର ଭାବେ ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିଥିଲେ । ତେବେ ସେ ରାଉଣ୍ଡ ଅଫ ୩୨ରୁ ବିଦାୟ ନେଇଥିଲେ ।

Leave A Reply

Your email address will not be published.