Latest Odisha News

BREAKING NEWS

ଆସନ୍ତୁ ଜାଣିବା ମନୋଜ ତିୱାରୀ ତାଙ୍କ ଝିଅର ନାମ କଣ ଦେଲେ

ମୁମ୍ବାଇ: ଅଭିନେତା, ଗାୟକ ଓ ନେତା ଭାବେ ପରିଚିତ ମନୋଜ ତିୱାରୀ ତାଙ୍କ ଦ୍ୱିତୀୟ ଝିଅର ନାମକରଣ କରିଛନ୍ତି । ଗତ ବର୍ଷ ଲକଡାଉନ ସମୟରେ ସେ ଦ୍ୱିତୀୟ ବିବାହ କରିଥିଲେ । ବର୍ଷର ଶେଷ ଆଡକୁ ତାଙ୍କ ପତ୍ନୀ ସୁରଭି କନ୍ୟା ସନ୍ତାନର ମାଆ ହୋଇଥିଲେ । ସେ ସମୟରେ ମନୋଜ ତାଙ୍କ ବଡଝିଅ ରିତି (ପ୍ରଥମ ପତ୍ନିଙ୍କ ଝିଅ) ତାଙ୍କ ଦ୍ୱିତୀୟ ଝିଅର ନାମ ଦେବେ ବୋଲି ଘୋଷଣା କରିଥିଲେ । ଏବେ ରିପୋର୍ଟ ମୁତାବକ ଝିଅର ନାମ ସାନଭିକା ରଖିଛନ୍ତି । ମୋ ଜୀବନରେ ଏବେ ୨ଟି ଦେବୀ ଆସି ଯାଇଛନ୍ତି ।

ସୂଚନାଯୋଗ୍ୟ ମାଆ ଦୁର୍ଗାଙ୍କ ନାମ ରିତି ହୋଇଥିବା ବେଳେ ଲକ୍ଷ୍ମୀଙ୍କ ଏକ ନାମ ସାନଭିକା । ଦ୍ୱିତୀୟ ବିବାହ ନେଇ ମନୋଜ ସ୍ପଷ୍ଟ କରିଥିଲେ ଯେ, ମୋ ବଡ ଝିଅ ଲାଗି ମୁଁ ଏହି ବିବାହ କରିଥିଲେ । ପ୍ରଥମ ପତ୍ନୀଠାରୁ ଅଲଗା ରହିଥିଲେ ମଧ୍ୟ ଆମେ ସମସ୍ତେ ପରସ୍ପର ସହ ଭାବନାତ୍ମକ ଭାବେ ଜଡିତ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.