Latest Odisha News

BREAKING NEWS

ଆଧାର କାର୍ଡ ସମ୍ପୂର୍ଣ୍ଣ ସୁରକ୍ଷିତ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଆଧାର କାର୍ଡର ସାମ୍ବିଧାନିକ ବୈଧତା ଅକ୍ଷୁର୍ଣ୍ଣ ଓ ଏହା ସୁରକ୍ଷିତ ବୋଲି ପ୍ରକାଶ କରିବା ସହ ଆଧାର କାର୍ଡ ରିଭ୍ୟୁ ପିଟିସନ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି।

ଏହାପୂର୍ବରୁ ସୁପ୍ରିମକୋର୍ଟରେ ଆଧାର ସାମ୍ବିଧାନିକ ଭାବେ ବୈଧ ନୁହେଁ ବୋଲି ଏକ ଚ୍ୟାଲେଞ୍ଜ କରାଯାଇଥିଲା। ଯାହା ପରେ ସୁପ୍ରିମକୋର୍ଟ ନିଜ ରାୟ ଦେବା ସହ ଆଧାରର ସାମ୍ବିଧାନିକ ବୈଧତାକୁ ସମର୍ଥନ କରିଥିଲେ।

ଜଷ୍ଟିସ ଚନ୍ଦ୍ରଚୂଡଙ୍କ ଭିନ୍ନ ମତ

ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତିର ସମୀକ୍ଷା ପାଇଁ ଅନେକ ପିଟିସନ ଦାଖଲ କରାଯାଇଥିଲା। ହେଲେ ଯାହାକୁ ଏବେ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ଖାରଜ କରି ଦେଇଛନ୍ତି।

ସୁପ୍ରିମକୋର୍ଟର ପାଞ୍ଚ ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିବା ବେଳେ ୪:୧ ବହୁମତରେ ଏହାକୁ ଖାରଜ କରିଥିଲେ। ହେଲେ ଜଷ୍ଟିସ୍ ଡି. ଓ୍ବାଇ ଚନ୍ଦ୍ରଚୁଡ ଏହାର ବିରୋଧ କରିଥିଲେ। ଏହାବ୍ୟତୀତ ସେ ଏହାକୁ ସାମ୍ବିଧାନିକ ତ୍ରୁଟି ବୋଲି ଦର୍ଶାଇଛନ୍ତି।

Leave A Reply

Your email address will not be published.