Latest Odisha News

BREAKING NEWS

ମାହାଙ୍ଗା ଗଣହତ୍ୟା : କେମିତି ୫ଜଣଙ୍କୁ ହତ୍ୟା କଲା ? ଡେମୋ ଦେଖାଇବ ଅଭିଯୁକ୍ତ

କଟକ: ମାହାଙ୍ଗା ଗଣସଂହାର ଘଟଣାରେ ଆଜି କ୍ରାଇମ ରିକ୍ରିଏସନ ହୋଇପାରେ । କେମିତି ଏକା ପାଂଚ ଜଣଙ୍କୁ ହତ୍ୟା କରିଥିଲା ଶିବ ସାହୁ । ସେ ନେଇ ଆଜି ପୁଲିସ ଆଗରେ ଡେମୋ ଦେଖାଇବ । ତେଣୁ ଅଭିଯୁକ୍ତ ଶିବ ପ୍ରସାଦ ସାହୁକୁ ପୁଲିସ ଘଟଣାସ୍ଥଳକୁ ନେବ । ଅଭିଯୁକ୍ତ ଶିବ ପ୍ରସାଦ ଏବେ ରିମାଣ୍ଡରେ ରହିଛି । ସେ ଅସୁସ୍ଥ ଥିବାରୁ ଏବଂ ଠିକ୍ ଭାବେ ଚାଲିପାରୁନି । ଗତକାଲି ସେ ମାହାଙ୍ଗା ମେଡିକାଲରେ ଭର୍ତ୍ତି ହୋଇଥିଲା ।

ତେଣୁ ପ୍ରଥମ ଦିନରେ ପୁୁଲିସ ଅଭିଯୁକ୍ତକୁ ସେମିତି କିଛି ଜେରା କରିପାରିନଥିବା ସୂଚନା ରହିଛି । ଅଭିଯୁକ୍ତ ଶିବ କେବଳ କହିଛି ନିଜ ବଡ ଭାଇର ପରିବାରକୁ ହତ୍ୟା କରିବା ପରେ ସେ ଘଂଟାଏ ଧରି ବସିଥିଲା । ଆଉ  ଭିତରେ ପଡିଥିବା ରକ୍ତକୁ ଏକ ଗଞ୍ଜିରେ ପୋଛିଥିଲା ବୋଲି ଶିବ ପୁଲିସକୁ କହିଥିବା ସୂଚନା ରହିଛି ।

ଆଜି ରିମାଣ୍ଡର ଦ୍ୱିତୀୟ ଦିନ । ଅଭିଯୁକ୍ତ ଶିବ ଯଦି ସୁସ୍ଥ ହୋଇଥିବ ତାହେଲେ ଜେରା କରାଯିବ ଏବଂ ଘଟଣାସ୍ଥଳକୁ ଆଣି କ୍ରାଇମ ରିକ୍ରିଏସନ କରିବାକୁ ପୁଲିସ ଯୋଜନା କରିଛି । ସେହିପରି ହତ୍ୟାକାଣ୍ଡ ପରେ ସେହି ବନ୍ଦ କୋଠରୀରୁ କଟୁରୀ, ରକ୍ତ ଭିଜା ଗଞ୍ଜି, ମୃତ ମହିଳାଙ୍କ ଚୁଟି, ବଳକା ଖାଦ୍ୟ ସାମଗ୍ରୀକୁ ଜବତ କରିଛି ପୁୁଲିସ । ଏବେ ଜବତ ହୋଇଥିବା କଟୁରୀ ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିଲା କି ନାହିଁ ଫରେନସିକ ରିପୋର୍ଟକୁ ଅପେକ୍ଷା କରିଛି ପୁଲିସ । ସେହିପରି ମୃତକଙ୍କୁ ହତ୍ୟା କରିବା ପୂର୍ବରୁ ନିଶା ଦିଆଯାଇଥିଲା କି ନାହିଁ ତାହା ଜାଣିବାକୁ ଭିସେରା ରିପୋର୍ଟକୁ ଅପେକ୍ଷା କରିଛି ପୁଲିସ ।

ଶିବ ଶୋଇବା କୋଠରୀକୁ ପଶିଯାଇ ପ୍ରଥମେ ଭାଉଜ, ତା ପରେ ଭାଇ, ଦୁଇ ପୁଅକୁ ହତ୍ୟା କରିବା ପରେ ଶେଷରେ ଝିଆରୀକୁ ହତ୍ୟା କରିଥିବା ପୁଲିସ ଆଗରେ ବୟାନ ହେଉଛି । ଏପରିକି ସମସ୍ତଙ୍କୁ ମାରିବା ପରେ ପ୍ରକୃତରେ ସମସ୍ତଙ୍କର ମୃତ୍ୟୁ ହେଲା ନା ନାହିଁ ତାକୁ ଜାଣିବା ପାଇଁ ଘଣ୍ଟାଏ କାଳ ସେଠାରେ ଅପେକ୍ଷା କରି ବସିଥିଲା ।

ନିଜେ ପିନ୍ଧିଥିବା ଗଞ୍ଜିରେ ଚଟାଣରେ ପଡିଥିବା ରକ୍ତକୁ ପୋଛିବାକୁ ବି ଉଦ୍ୟମ କରିଥିଲା । ଏବଂ ପରେ ଘର ତାଲା ପକାଇ ଚାଲି ଯାଇଥିଲା। ପରେ ନିଜର ଭିଡିଓ ପ୍ରସ୍ତୁତ କରିଥିଲା ଏବଂ ଥାନାକୁ ଯାଇ ଆତ୍ମସମର୍ପଣ କରିଥିଲା ।

Leave A Reply

Your email address will not be published.