Latest Odisha News

BREAKING NEWS

ଦେଶରେ ସାର ଅଭାବ ଗୁଜବକୁ ଖଣ୍ଡନ କଲେ କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡଭିୟ

ଦିଲ୍ଲୀ : ଦେଶରେ ସାର ଅଭାବ ଜନିତ ଗୁଜବକୁ ଖଣ୍ଡନ କରିଛନ୍ତି କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ଡଃ ମନସୁଖ ମାଣ୍ଡଭିୟ। ଏଭଳି ଦାବିକୁ ଖଣ୍ଡନ କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ମନ୍ତ୍ରାଳୟର ଅଧିକାରୀ ମାନଙ୍କ ସହିତ ସେ ନଭେମ୍ବର ମାସରେ ସାର ଉତ୍ପାଦନ ଲକ୍ଷ ସମାକ୍ଷା କରିଛନ୍ତି । ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ମାନଙ୍କ ଚାହିଦା ତୁଳନାରେ ଉତ୍ପାଦନ ବୃଦ୍ଧି ପାଇବ।୪୧ଲକ୍ଷ ମେଟ୍ରିକ ଟନ ୟୁରିୟା ଆବଶ୍ୟକ ଥିବାବେଳେ ୭୬ ଲକ୍ଷ ମେଟ୍ରିକ୍ ଟନ୍ ୟୁରିୟା ଉତ୍ପାଦନ କରାଯିବ।

ଅନୁରୂପ ଭାବେ ୧୮ଲକ୍ଷ ମେଟ୍ରିକ ଟନ୍ ୟୁରିୟା ଉତ୍ପାଦନ କରାଯିବ।ପାଇଁଲକ୍ଷ ରଖାଯାଇଥିବା ବେଳେ ଚାହିଦା ପରିମାଣ ୧୭ ଲକ୍ଷ ମେଟ୍ରିକ ଟନ ରହିବା ବୋଲି ପୂର୍ବାନୁମାନ କରାଯାଇଛି।ଅନ୍ୟପଟେ ୧୫ଲକ୍ଷ ମେଟ୍ରିକ ଟନ୍ ଏନପିକେରେ ଚାହିଦା ଥିବାବେଳେ ୩୦ ଲକ୍ଷ ମେଟ୍ରିକ୍ ଟନ୍ ଏନପିକେ ଯୋଗାଇ ଦିଆଯିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।ସାର ମହଜୁଦ ନରଖିବା ଲାଗି କେନ୍ଦ୍ରମନ୍ତ୍ରୀ ସମସ୍ତ ଚାଷୀ ଭାଇମାନଙ୍କୁ ଅନୁରୋଧ କରିଛନ୍ତି।

ଗୁଜବକୁ ବିରୋଧ କରି ସାର କଳାବଜାରି କରିବାକୁ ଚାହୁଁଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ଚେତାଇ ଦେଇଛନ୍ତିା ଶ୍ରୀ ମାଣ୍ଡଭିୟ ଆଶ୍ୱାସନା ଦେଇ କହିଛନ୍ତି ଯେ ଦେଶରେ ଯଥେଷ୍ଟ ପରିମାଣରେ ସାର ଉତ୍ପାଦନ ଏବଂ ପରିବହନ ଉପରେ କେନ୍ଦ୍ର ସରକାର ଧ୍ୟାନ ରଖିଛନ୍ତି।ଚାଷୀମାନଙ୍କୁ ଯଥେଷ୍ଟ ପରିମାଣରେ ସାର ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି।

Leave A Reply

Your email address will not be published.