Latest Odisha News

BREAKING NEWS

କଦଳୀ ପତ୍ରରେ ଖାଇଲେ କଣ ମିଳିଥାଏ ଫାଇଦା

ଭୁବନେଶ୍ଵର: କଦଳୀ ବୃକ୍ଷକୁ ପବିତ୍ର ଓ ପୂଜନୀୟ ବୃକ୍ଷ ବୋଲି କୁହାଯାଏ। ପୂର୍ବରୁ କଦଳୀ ପତ୍ରରେ ଖାଦ୍ୟ ପରିବେଷଣ ଖୁବ୍ ପ୍ରଚଳିତ ଥିଲା। ଆଜି ମଧ୍ୟ ଦକ୍ଷିଣ ଭାରତରେ ଅନେକ ଲୋକ କଦଳୀ ପତ୍ରରେ ଖାଇବାକୁ ପସନ୍ଦ କରନ୍ତି, ଏହା ସେମାନଙ୍କ ପାଇଁ ଏକ ପରମ୍ପରା ପାଳନ କରିବା ପରି। କଦଳୀ ପତ୍ରରେ ଖାଇବା କେବଳ ଯେ ଏକ ପରମ୍ପରା ବା ପୂର୍ବ ପ୍ରଚଳନ ତାହା ନୁହେଁ, ଏଥିରେ ଅନେକ ପ୍ରକାର ଉପକାରୀ ଗୁଣ ରହିଛି ।  ତେବେ ଆସନ୍ତୁ ଜାଣିବା ଏହାର କିଛି ଫାଇଦା..

  1. ଖାଦ୍ୟଗରମ ଥିବା ସମୟରେ ଏହାକୁ କଦଳୀ ପତ୍ରରେ ଖାଇବା ଦ୍ୱାରା ଏହି ପତ୍ରରେ ଥିବା ପୋଷକ ତତ୍ତ୍ୱ ଖାଦ୍ୟକୁ ଆସିଥାଏ। ଯାହାସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ ଅଟେ।
  2. ମାନସିକଶାନ୍ତି ମିଳିଥାଏ। ଖାଦ୍ୟ ଖାଇବା ମାତ୍ରେ ଏକ ଭିନ୍ନ ଆତ୍ମସନ୍ତୋଷ ଲାଭ ହୋଇଥାଏ।
  3. ଭଗବାନଙ୍କନିକଟରେ ଏହି ପତ୍ରରେ ଭୋଗ ଲଗାଯାଉଥିବାରୁ ଏଥିରେ ଖାଇବା ଦ୍ୱାରା ଧାର୍ମିକ ଭାବନା ସୃଷ୍ଟି ହୋଇଥାଏ। ଖାଦ୍ୟ ଅଧିକ ସ୍ୱାଦିଷ୍ଟ ଲାଗିଥାଏ।
  4. କଦଳୀପତ୍ରରେ ବହୁ ପ୍ରକାର ଆଣ୍ଟି ଅକ୍ସିଡ଼ାଣ୍ଟ ରହିଛି । ଯାହା ବହୁ ପତ୍ର ବିଶିଷ୍ଟ ଶାଗରୁ ମିଳିଥାଏ । ତେଣୁ ଏହି ପତ୍ରରେ  ଖାଦ୍ୟ  ଖାଇବା ଦ୍ୱାରା ଆମକୁ ବିଭିନ୍ନ ଆଣ୍ଟି ଅକ୍ସିଡ଼ାଣ୍ଟ ମିଳିଥାଏ । ଯାହା ଆମ ତ୍ୱଚା ପାଇଁ ଖୁବ ଲାଭଦାୟକ।
  5. ଏଥିରେଖାଇବା ଦ୍ୱାରା ପେଟ ଜନିତ ସମସ୍ୟା ଯଥା କୋଷ୍ଠକାଠିନ୍ୟ, ଏସିଡ଼ିଟି, ବଦହଜମି ଆଦି ଦୂର ହୋଇଥାଏ।
  6. କଦଳୀ ପତ୍ରରେ ଖାଇବା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ। ଖାସ୍‌ ସେଥିପାଇଁ ଆଜିକାଲି ବଡ଼ ବଡ଼ ହୋଟେଲଗୁଡ଼ିକରେ ଗ୍ରାହକଙ୍କୁ କଦଳୀ ପତ୍ରରେ ଖାଦ୍ୟ ପରଶା ଯାଉଛି।
  7. ଯଦି ଆପଣ ପ୍ରତ୍ୟହ କଦଳୀ ପତ୍ରରେ ଖାଦ୍ୟ ଖାଉଛନ୍ତି, ତେବେ ଆପଣଙ୍କୁ କର୍କଟ ରୋଗ ହେବାର ଆଶଙ୍କା କମ୍‌ ରହିଥାଏ।
  8. କଦଳୀ ପତ୍ରରେ ଖାଇବା ଦ୍ୱାରା ଶରୀରରେ ପୋଷକତତ୍ତ୍ୱ ମଧ୍ୟ ବୃଦ୍ଧି ପାଇଥାଏ।
  9. କଦଳୀ ପତ୍ରରେ ଖାଦ୍ୟ ରଖିବା ଦ୍ୱାରା ଖାଦ୍ୟରେ ଥିବା ନକାରାତ୍ମକ ଶକ୍ତି ହ୍ରାସ ପାଇଥାଏ। ଏହାବ୍ୟତୀତ କଦଳୀ ପତ୍ର ଏକ ଆଣ୍ଟିବ୍ୟାକ୍ଟେରିଆ ଭଳି କାମ କରିଥାଏ।
  10. କଦଳୀ ପତ୍ରରେ ଖାଇବା ଦ୍ୱାରା ଖାଦ୍ୟର ସ୍ୱାଦ ଦ୍ୱିଗୁଣିତ ହୋଇଥାଏ।
  11. ପ୍ଲେଟ୍‌ରେ ଖାଇବା ଦ୍ୱାରା ଏଥିରେ ଥିବା ରାସାୟନିକ ପଦାର୍ଥ ଆମ ଶରୀର ଉପରେ କୁପ୍ରଭାବ ପକାଇଥାଏ। ହେଲେ କଦଳୀ ପତ୍ର ସ୍ୱଚ୍ଛ ହୋଇଥିବାରୁ ରାସାୟନିକ ପଦାର୍ଥର ଭୟ ରହିନଥାଏ।

Comments are closed.