Latest Odisha News

BREAKING NEWS

କନ୍ଧମାଳରେ ମାଓ ପୋଷ୍ଟର, ପୂର୍ବତନ ସରପଞ୍ଚଙ୍କୁ ହତ୍ୟା ଧମକ

ଫୁଲବାଣୀ: ପୁଣି ମାତିଲେ ମାଓବାଦୀ । କନ୍ଧମାଳ ଜିଲ୍ଳା ତୁମୁଡିବନ୍ଧ ବ୍ଲକ ଅନ୍ତର୍ଗତ ବୁର୍ତ୍ତମଗଡ ନିକଟରେ ମାଓ ପୋଷ୍ଟର ଓ ବ୍ୟାନର ମରାଯାଇଥିବା ଦେଖିବାକୁ ମିଳିଛି । ଏହି ପୋଷ୍ଟର ବ୍ୟାନର ଜରିଆରେ ମାଓବାଦୀମାନେ ପୂର୍ବତନ ସରପଞ୍ଚ ଶିରିଶ ମଲ୍ଲିକଙ୍କୁ ହତ୍ୟା ଧମକ ଦେଇଛନ୍ତି ।

ଏହାସହ ପୋଲିସ୍ ଗୁଳିରେ ନିହତ ହୋଇଥିବା ମାଓବାଦୀଙ୍କୁ ସହିଦ ଆଖ୍ୟା ଦିଆଯାଉ ବୋଲି ସେମାନେ କହିଛନ୍ତି । ସେମାନଙ୍କ ବଳିଦାନ ବ୍ୟର୍ଥ ଯିବନି ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି । ତେବେ ସ୍ଥାନୀୟ ଅଞ୍ଚଳରେ ପୋଷ୍ଟର ମରାଯାଇଥିବାର ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଜବତ କରିଛି । ଏହି ଘଟଣା ପରେ ଉକ୍ତ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି।

 

Comments are closed.